STORYMIRROR

Smruti Ranjan Tripathy

Fantasy

4  

Smruti Ranjan Tripathy

Fantasy

ଛକି ଶୁନ

ଛକି ଶୁନ

1 min
429

ଗୋଟେ ହିସାବ କଲୁ 

ଆମେ ଦୁହେଁ ମିଶି ତା' ରଫ ଖାତାରେ

କିଛି ଅନୁଭୂତି କିଛି ପ୍ରେମ 

ଧେତ ! ଛକି ଶୁନ ଆମ ପ୍ରାପ୍ୟ ।


ତା ବହୁଳ ଅଙ୍କକସା ଆଉ ମୋ ଜ୍ୟାମିତିକ ପ୍ରେମରେଖା  

ଆଜ଼ିବି ଅସ୍ପଷ୍ଟ ,

ସେ ଚାଲିଗଲା ଗୋଟେ ସର୍ତ୍ତରେ 

ଆଉ ଲେଖିବିନି କଳାପଟାର ଦୀର୍ଘସ୍ଵରରେ ,


ମୁଁ ସାଉଁଟୁଛି ଏବେ ସ୍ମୃତି ଶାମୁକାକୁ ବ୍ୟସ୍ତ ବହୁଳ ନଦୀ ତୀରେ ,

କିଏ କୁହେ 

ହଁ ଏଇଟା ହିଁ ଜୀବନ,

ନା' ଛକି ଶୁନ ହିଁ ସ୍ୱଳ୍ପ ପ୍ରେମର ଅକୁହା ମନ୍ଥନ ।



Rate this content
Log in

Similar oriya poem from Fantasy