Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଛଅସ୍ତରୀ ବର୍ଷରେ ଆମ ସ୍ୱାଧୀନତା

ଛଅସ୍ତରୀ ବର୍ଷରେ ଆମ ସ୍ୱାଧୀନତା

1 min
237



ବହିଯାଇ ଅଛି ଦୀର୍ଘ ଛଅସ୍ତରୀ ବର୍ଷ

ସ୍ୱାଧୀନରେ ଆମ୍ଭେ ଉଲ୍ଲସିତ ହର୍ଷ ହର୍ଷ ।

ବହିଯାଇଅଛି ଜାହ୍ନବୀରେ କେତେ ପାଣି

ଉଲ୍ଲସିତ ଦେଶବାସୀ ଭାଇ ଓ ଭଉଣୀ ।

ସ୍ୱାଧୀନ ଚେତନା ଆଉ ସ୍ୱାଧୀନ ଚିନ୍ତନ

ସ୍ୱାଧୀନ ବକ୍ତବ୍ୟ ଆଉ ସ୍ୱାଧୀନ ଭାଷଣ ।

ସଗର୍ବେ ଉଡ଼ଇ ଉଚ୍ଚେ ଆମ ତ୍ରିରଙ୍ଗା

ଜାତିର ଗରବ ଆମ ଜାତୀୟତା ଗଙ୍ଗା ।

ବିଶ୍ୱରେ ବୁହତ୍ତ ଅଟେ ଆମ ପ୍ରଜାତନ୍ତ୍ର

ପ୍ରଜାର ଶାସନ, ପ୍ରଜା ମନ୍ତ୍ରେ ଗଣତନ୍ତ୍ର ।

ବିଶ୍ୱରେ ଅଗ୍ରଣୀ ଅଟେ ଆମ୍ଭ ଅର୍ଥନୀତି

ଉଦାହରଣୀୟ ଆମ୍ଭ ଦେଶର ପ୍ରଗତି ।

ସମୟ ଆସିଛି ଏବେ ଆତ୍ମ ନିରୀକ୍ଷଣ

ଯଥାର୍ଥେ କି ଆମେସବୁ ସ୍ୱତନ୍ତ୍ର,ସ୍ୱାଧୀନ? 

ସଫଳ ହୋଇଛି କିବା ଆମ ସ୍ୱାଧୀନତା

ସ୍ୱାଧୀନ ବାରତା ସ୍ୱାଧୀନତା ଯଥାର୍ଥତା ।

ଦୂର ହୋଇଛି କି ଆମ ସମାଜେ ଦୂରତା

ଦୂର ହୋଇଛି କି ଅର୍ଥନୀତି ବୈଷମ୍ୟତା ।

ବିଦ୍ୟାର୍ଥୀ ଲଭନ୍ତି ଶିକ୍ଷା ଭିକ୍ଷୁ ଲଭେ ଭିକ୍ଷା

ନାଗରିକ ଦେଶ ମନ୍ତ୍ରେ ନେଇଛନ୍ତି ଦୀକ୍ଷା।

ପ୍ରଗତି ପହଞ୍ଚିଛି କି ଜନତାର ପାଶେ

ଦେଶରେ ନ ମରେ କେହି ରହି ଉପବାସେ ।

ନାରୀର ସୁରକ୍ଷା ପୁଣି ବାଳିକା କଲ୍ୟାଣ

ରୋକି ପାରିଛନ୍ତି କିବା ହତ୍ୟା କନ୍ୟାଭୃଣ ।

ଏହିପରି ଆସୁଅଛି ଚିନ୍ତା କେତେ ମନେ

ଅନୁକ୍ଷଣେ ସମୀକ୍ଷଣେ ଆତ୍ମୀୟ ଚିନ୍ତନେ ।

ପାଳିଅଛୁ ଆମ୍ଭେ ଏବେ,ଅମୃତ ଉତ୍ସବ

ଜୟ ହିନ୍ଦ୍ ନାଗରିକେ ଉତ୍ତର ଖୋଜିବ ।

   


Rate this content
Log in

Similar oriya poem from Inspirational