STORYMIRROR

Er. Prakash Majhi

Inspirational

4.3  

Er. Prakash Majhi

Inspirational

ଛାତ୍ର

ଛାତ୍ର

1 min
367


ଦୟା, କ୍ଷମା, ତ୍ୟାଗ, ତିତିକ୍ଷା ଓ ସତ୍ୟ 

ମୈତ୍ରୀ, ପ୍ରୀତି ଓ ପ୍ରତ୍ୟୟ 

ସାଧୁତା ନମ୍ରତା ଗୁରୁ ଆଜ୍ଞା ପାଳି 

ଜୀବନେ ଲଭ ପାଥେୟ। [୧]


ସାର୍ଥକ ଜୀବନ ବିଦ୍ୟା ଅର୍ଜନରେ 

ହୋଇବ ଦୁର୍ଲ୍ଲଭ ପ୍ରାପ୍ତ 

ସାଧନାର ବଳେ ଜ୍ଞାନ ବିବର୍ଦ୍ଧିତ 

ନ ହୁଏ ଶିକ୍ଷା ସମାପ୍ତ। [୨]


ଗୁରୁଭକ୍ତି କରି ସତ୍ୟ ପଥେ ଚାଲ 

ଆଚରି ଶାନ୍ତି ଶିଷ୍ଟତା 

ନବ ନବ ଜ୍ଞାନ ଅଧ୍ୟୟନେ ବ୍ରତୀ 

ବରଜିଣ ଆଳସ୍ୟତା। [୩]


ପଠନ,ଲିଖନ, ଶ୍ରବଣ ମନନ 

ବିଦ୍ୟାଭ୍ୟାସ ସୁଚିନ୍ତନ 

ସୁକୋମଳ ଶଯ୍ୟା ନୁହଁଇ ଜୀବନ 

ନୁହେଁ ଅଭିଳାଷ ପୂର୍ଣ୍ଣ। [୪]


ଆଜିର ଶିଶୁଟି କାଲି ନାଗରିକ 

କର୍ମମୟ ଯେଉଁ ଛାତ୍ର 

ସିଦ୍ଧି ବଳେ ସିଏ ବିଶ୍ୱାମିତ୍ର ହୋଇ 

ପାଲଟିବ ବିଶ୍ୱାମିତ୍ର। [୫]



Rate this content
Log in

Similar oriya poem from Inspirational