STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଛାଇ

ଛାଇ

1 min
207

ଅନ୍ଧାରୁଆ ବଗିଚାରେ ବୁଲୁଛି

ଦେହରୁ ଖସି ପଡିଥିବା ଛାଇ

ଗଛମାନଙ୍କରେ ପାଣି ଦେଉଛି

ଏନ୍ତୁଡ଼ିଶାଳର ନିଆଁରେ ନିଜକୁ ସେକୁଛି

ଖଣ୍ଡିଆ ଖାବରା ଦେହ, ନୁଖୁରା ମୁଣ୍ଡ

ଦେହରୁ ଖସି ପଡିଲା ବେଳେ ଛାଇ,

ଏ ବଗିଚା ବଡ଼ ଲୋକାରଣ୍ୟ ଥିଲା

ଉପର ଆକାଶରେ ତାରାମାନେ ଏକ ଲୟରେ କାନ୍ଦୁଥିଲେ

ଅତି ଏକାନ୍ତରେ ମାଆଟିଏ

ଶିଶୁଟିକୁ ସ୍ତନ୍ୟପାନ କରଉଥିଲା

ଆଉ ସକାଳ ନାହିଁ ଏ ଦେଶର ଭାଗ୍ୟରେ

ଶବାସନରେ ଚିତ୍ ଶୋଇଛି ସମୁଦ୍ର

ଚୋରା ପବନ ହୋଇ ଉଭେଇ ଯିବ

ଡହ ଡହ ଖରାର ବସନ୍ତ

ଶୋଇ ଶୋଇ ଅଥୟ

କଟା ଡେଣାର ଅସହାୟ ମଣିଷ

ଆଉ ଦେଖଉଛି ନିବିଡ କ୍ଷତର ଖେତ

ଖୋଜି ବୁଲୁଛି ନିଜ ଛାଇର ଠିକଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics