STORYMIRROR

MADHU MITA

Inspirational

4  

MADHU MITA

Inspirational

ଚେଷ୍ଟା

ଚେଷ୍ଟା

1 min
23K

ଡେଣା ମେଲି ବସିଛି।।

ମନଟା ହେଉଛି ସତ ହେଲେ

କୋରଡ ରୁ ବାହାରି ହେଉନି।।

ଛୋଟ ଛୋଟ ଛୁଆ ମାନେ

ଭୋକେ ରାବ କଲେଣି।।

ତଳେ ଭୋକିଲା ମାର୍ଜାର 

ମାଡିବସି ବାକୁ ସଜ ହେଇଛି।।

ପାଖ ଶାଖା ରେ କାକ ଟିଏ

ଚଞ୍ଚୁ ମେଲି ଦେଖୁଛି।।

ଶିକାରୀ ଆସିଗଲାଣି

ଜାଲ ହାତରେ ଛନ୍ଦି।।

ସଭିଙ୍କ ଆଖି ନେବାପାଇଁ ଜୀବନ

କରି ଫିକର ଫନ୍ଦୀ।।

କ୍ଷୁଧା ଜୀବନ ନେବ

ନ କ୍ଷୁଧା ନିବାରଣ ହେବ।।

ବଞ୍ଚିବାର ମୋହ କଣ

ମୃତ୍ୟୁ ରେ ପୂର୍ଣ୍ଣ ହେବ!!

ତଥାପି ହାରି ନାହିଁ ସେ

ହାରି ପାରିବ ନାହିଁ ଜନନୀ।।

ପୃଷ୍ଟଦେଶେ ବସାଇ ଶାବକ

ଉଡାଣ ର ଶେଷ ଚେଷ୍ଟା କଲାଣି।।



Rate this content
Log in

Similar oriya poem from Inspirational