STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ଚେହେରା

ଚେହେରା

1 min
3.3K

ହଁ ଏଇ ଚେହେରା

ସବୁ କିଛି ନହେଲେ ବି ବହୁତ କିଛି


କେବେ ହସ ଧାରେ ଧାରେ

ଭାଙ୍ଗିବସେ ସୁଖର ଲହଡ଼ି

କେବେ ଆଖି କୋଣୁ ଝରେ

ଲୋତକର ଅମାନିଆ ବଢ଼ି


କେବେ ଅନ୍ତରରେ ଅବଦମିତ

ଦୁଃଖ ଯନ୍ତ୍ରଣାର ଅସଙ୍ଗତ ପୀଡା

ଛପିଯାଏ ଉଦାସୀନ ଚେହେରାର

କୃତ୍ରିମ ଭଙ୍ଗୀରେ,

କେବେ ପରିଚୟର ମିଛ ଅହମିକା

ପ୍ରଦୂଷିତ ଆଚରଣ ସାଥେ

କଳୁଷିତ କରେ

ଚେହେରାକୁ କଳଙ୍କ ସ୍ୟାହିରେ


ତଥାପି ଏ ସ୍ଥୁଳ ସମାଜରେ

ଏକ ଭାବନାତ୍ମକ ଚେହେରା ନେଇ

ବାର୍ତା ବିନିମୟ କରିବାକୁ ହେବ

ଅସଂଖ୍ୟ ଚେହେରାର ଭିଡ଼ ଭିତରେ,

ଓ ଏକ ବିଶୁଦ୍ଧ ଆଦର୍ଶ ନେଇ

ସୃଷ୍ଟି କରିବାକୁ ହେବ

ନିଜ ନିଜ ଚେହେରାର

ଏକ ମୂର୍ତ୍ତ ପରିଚୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract