STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଚୈତ୍ର ପସରା

ଚୈତ୍ର ପସରା

1 min
192


ଶାମୁକା ଭିତରୁ ମୁକ୍ତା ତୁ'ମୋ,ସ୍ୱପ୍ନ ବାସ୍ତବତା

  କଳ୍ପନା ତୋଳେ ଏ' ନୀଳଆକାଶ କୋଳେ,

ପ୍ରତିଟି ପାଖୁଡା ଭରା ମଧୁମାଳତୀରେ ଝରା

 ମୋହଗ୍ରସ୍ତ ଶ୍ରଦ୍ଧା ଯହିଁ କେ, ରସାତଳେ

    ମାଗୋ ମହିମାର ଭଣ୍ଡାର

ମା'ଧାକୁଲେଇଲୋ ଆମ ଶୋଭା ଅପାର ।।


ଚୈତ୍ର ପୁର୍ଣିମାରେ ଲୀଳା ଭାବସ୍ପର୍ଶି ତୋର ଖେଳା

 ଉତ୍ସବ ମୁଖର ମା'ଲୋ ଆନନ୍ଦହୃଦେ,

ଓଡ଼ିଆର ପରମ୍ପରା ଆଶା,ଆଶାବରି ଧାରା

ଶ୍ରଦ୍ଧାସିକ୍ତ ମମତା ରମ୍ୟମଧୁଝରା,

   ହୃଦୟରୁ କରେ ସ୍ୱାଗତ, 

ପ୍ରତିଘରେ ଆନନ୍ଦରେ ମା' ପୁଲକିତ ।।


ଧରାରେ ମହକ ଭରା ମହାର୍ଘ୍ୟ ମୁହୂର୍ତ୍ତ ପରା

  କମନୀୟ ରୂପ, ରଙ୍ଗେ କୃପା ଅସରା

ଶୁଷ୍କ ମରୁପଥେ ଝରା ଅନୁରାଗ ମଧୁ କ୍ଷରା

   ମୃଦୁମନ୍ଦ ମଳୟରେ ଚୈତ୍ର ପସରା

   ମେଘମହ୍ଲାର ସେ'ବୀଣାରେ,

ଆନମନା ମୃଦୁ ମଳୟର ସମୀରେ ।।


ବନ୍ଧନ ଏ ଦୁନିଆର ମାୟାମୟ ଏ'ସଂସାର

   ସମ୍ପଦ ସମ୍ପର୍କ ସୁଖେ କଟେ ଜୀବନ,

କଲାକର୍ମ ଭୁଞ୍ଜେ ସାର ଜୀବ, ପରମ ବେଭାର

   ଜୀବ କୁ,ଭାବ କେବେ ହୁଏନି ସ୍ମରଣ

 କୃପାନେତ୍ରେ ଆଶା ଆଲୋକ,

ଭରିଦେ ଜୀବନୀ ସୁରେ ଆତ୍ମା ସିନ୍ଦୁକ ।।


ସ୍ୱୀକୃତି ସ୍ୱୀକାର ଧାରେ ଅନୁଭବ ଆତ୍ମାସୁରେ

  ନିସର୍ତ୍ତ ବନ୍ଧନେ ବନ୍ଧା ମନ ମନ୍ଦିରେ,

ଜନମିଥିଲି ମୁଁ ଏକା ଆତ୍ମାର ମୋ ହେଲୁ ସଖା

 ମାୟା ବନ୍ଧନରୁ ମନ କରିଛୁ ଦୂରେ

   କାଳ ଅଧିନେ ଏ ଜୀବନ,

ଶେଷହୁଏ ଆସେ ଯେବେ ତରିବା ଦିନ ।।


 ସାତନଈ ଆରପାରେ ମନତ ବନ୍ଧାସେପୁରେ

  ମାୟାମୟ ଶିକୁଳିରୁ ଉଦ୍ଧାର ବାରେ,

ହୃଦୟର ଦରଜାରେ ଉନ୍ମୁକ୍ତ ସେ ଅପେକ୍ଷାରେ

    ଅନାହତ ସୁରେ ତୃଷ୍ଣାରେ ଝୁରିମରେ

   ତୋଳି ମାଲୋ ମଧୁ ଝଙ୍କାର

ସମ୍ମୋହନ ଭରା ପ୍ରାଣେ ତୃପ୍ତି ବିଭୋର ।।


ଚୈତାଳି ଚୈତ୍ର ସମ୍ଭାରେ ଶ୍ରୀମୟୀଲୋ ପୁଷ୍ପହାରେ

  ଅନୁପମ ସୃଷ୍ଟି କେତେ ଲାଗେ ସୁନ୍ଦର

ମହାର୍ଘ୍ୟ ଶ୍ରଦ୍ଧାକୁ ଭରି ଆସ ମାଲୋ ଅବତରୀ

   ମାଧୁର୍ଯ୍ୟ ବେଶ ଶୋଭା ଲାବଣ୍ୟ ତୋହରି 

    ଅମୀୟ ମା' ରୂପମାଧୁରୀ

ରୂପଶ୍ରୀ ଐଶ୍ଵର୍ଯ୍ୟ ଭରା ମର୍ତ୍ତ୍ୟବିହରି ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational