STORYMIRROR

Ram Prasad Bisoi

Romance Tragedy

4  

Ram Prasad Bisoi

Romance Tragedy

ଚାରୂଲତାର ପ୍ରତାରଣା

ଚାରୂଲତାର ପ୍ରତାରଣା

1 min
353


ଫେରନ୍ତା ପ୍ରେମିକର

ପ୍ରେମିକା ଚାରୂଲତାକୁ ପ୍ରଶ୍ନ ?


ପ୍ରେମିକାର ନିର୍ଭୀକ ହସ

ପହଁରା ମାରୁଛି ଯେ ଶରଧାବାଲିରେ ,


ବଡ଼ଦାଣ୍ଡେ 

ଦାନ୍ତ ନେଫାଡି ହସୁଛି ନଗଡା 

ଦେଖି 

ଅସହାୟତା କାଳ,


ନିରୀହ ପ୍ରେମିକ ଖୋଜି ବୁଲୁଛି 

ଠିପି ବନ୍ଦ ବିଲାତି ମଦ ଦୋକାନର 

ଛୋଟିଆ ରଙ୍ଗୀନ ବୋତଲରେ

ପ୍ରେମର 

ମହୁଲି ନିଶା,

ବୁଝି ନ ବୁଝି ପାରି 

ପ୍ରେମ 

ପରିଣୟ

ପ୍ରତାରଣାର ପରିଭାଷା,


ନିଃଶବ୍ଦ ରାତିର ଛାତି ଚିରି

କାନ୍ଦୁଛି,ବିଳି ବିଳାଉଛି

ପାଗଳ ପ୍ରାୟ

ଅସ୍ଥି,ପଞ୍ଜରାରେ ଆବଦ୍ଧ

ଜ୍ବଳନ୍ତା ଚକ୍ଷୁ ଯୁଗଳ,


ନିତି ଲେଖୁଛି

ଚିଠି

ଚିରି ଫୋପାଡ଼ି ଦେଉଛି

ବାରମ୍ବାର 

ପଚାରି ଚାଲିଛି

ଅନେକ ଏମିତି ପ୍ରଶ୍ନ ?

କୁହ ! 

ଚାରୂଲତା 

ଭୁଲ କାହାର କେଉଁଠି ଥିଲା,

କୁହ ! ଜାଣିଛ ଯଦି 

ବ୍ୟବଧାନ କେତେ ? 

ପ୍ରେମ,ପରିଣୟ,ପ୍ରତାରଣା

ମଧ୍ୟରେ 

ପରିଣିତାର,

ଏବେ ଏ ଦୂରତା ଯେ ଅଥୟ,

ଯାତ୍ରା କଣ ? କେବେ ଥମିବ ନାହିଁ 

ଏନ୍ତୁଡ଼ିଶାଳରୁ ଜୁଇ ପର୍ଯ୍ୟନ୍ତ

ଅବା 

ଜୁଇଧୁନିରୁ ଆରପାରି ପର୍ଯ୍ୟନ୍ତ

ଅସହ୍ୟ ଯେ ଚାରୂଲତା ତୁମ ପ୍ରତାରଣା

ଭୁଲ ଥିଲା କେଉଁଠି କାହାର କୁହ ତ ଥରେ

ଚାରୂଲତା------------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance