STORYMIRROR

gouranga charan beura

Romance Abstract Others

2  

gouranga charan beura

Romance Abstract Others

ଚାରୁଭାସୀ.....??

ଚାରୁଭାସୀ.....??

1 min
2.6K


ବିବାହ ବେଦୀରେ ସାହାନାଇ..

ଆଶାର ମଧୁଶଯ୍ୟାରେ,

କାମନାର ଲୁଚକାଳି ଖେଳ...

ନହୁଲି ବୟସରେ ପ୍ରୀତି ଝଂକାର...

ଉନ୍ମାଦନାର ଫୁଲଝରିରେ ମଧୁଛନ୍ଦା...

ହସ୍ତଗଣ୍ଠିରେ ପରସର ବନ୍ୟା.....

ଯୈାବନରେ ଚୁମ୍ବକର ଆକର୍ଷଣ...

ଟେରା ଚାହାଣୀରେ,

ନହୁଲି କାମବାଣର କୁଝ୍ଜଟିକା...

ସିନ୍ଦୁର ପରସରେ ଏକାକାର ଦୁଇଟି ହୃଦୟ..!

ମଧୁମୟ ଚଉଠି ରାତିର,

ପ୍ରୀତିଭରା ଫୁଲଶେଯ....

ଭାବନାର ଐରାବତରେ,

ମନ ଉଡେ ସୁନେଲି ସପନରେ....

ଟିକିଏ ମିଳନରେ,

ନିଷେକର ଦୁର୍ଗ ଦୋହଲି ଯାଏ...

ଦେହର ବାସ୍ମାରେ ଜାବୁଡିହୋଇ,

ଚୁମ୍ବନର ମଧୁକୁଂଜରେ,

ପାହିଯାଏ ବାସର ରାତିଟା......!

=====ଗୈାରାଂଗ ଚରଣ ବେଉରା====


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance