STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଚାରୋଟି କବିତା

ଚାରୋଟି କବିତା

1 min
298



       ସଂସାର

ସମୁଦ୍ର ତରଙ୍ଗ ପରିକା ସଂସାର

   କେବେ କେ' ସ୍ଥିରଟେ ଥାଇ

କ୍ଷଣିକ ସଂସାରେ ଧନୀ କରିପାରେ

   କ୍ଷଣିକେ ଗରିବ ହୋଇ

   ଈଷ୍ଟ ଏ ସଂସାରେ ଥୋଇ

କାମନା ଜ୍ଜାଳାରେ ମୋରମୋର କହି

   ନିତି ଆମେ ମରୁଥାଇ।

        ***


        ବୃକ୍ଷ

ଏ ସଂସାର ଅଟେ ଫଳନ୍ତି ବୃକ୍ଷଟେ

   ଯିଏ ପାର ଯେତେ ତୋଳ

ମନଇଛା ଯିଏ ଭୋଜନ କଲେ ବି

   ବୃକ୍ଷ ଆନନ୍ଦରେ ଭୋଳ

   ବାହାରେ କି ଚକ୍ଷୁ ଝୋଳ

ମମତାର ସହ ସ୍ନେହର ଡୋରିରେ

   ନେଇଥାଏ ସଦା କୋଳ ।

      &nb

sp; ***


       ସାଗର

ସାଗର ବେଳାରେ ଯିଏ ରହିଅଛ

   ଦେଖିନିଅ ତାର ମନ

ଯିଏ ସଦାବେଳେ ଉଚ୍ଛନ୍ନ ସହିତ

   ହୋଇଥାଏ କନକନ

   ଦେବାରେ ଯା'ଥାଏ ଧ୍ଯାନ

ସେହି ସାଗରଙ୍କୁ କୋଟିଏ ପ୍ରଣାମ

   ଶିଖିନେବା ଆସ ଜନ।

        ***


       ବାଇମନ

ମୂଢ଼ ବାଇମନ ଉଡା଼ଉଛୁ କେତେ

    ଭ୍ରମରେ ନିଜର ମନ

କ୍ଷଣିକେ ଚୌଦିକେ ବୁଲାଉଛ କିଆଁ

   ନ ଯାଇ ଈଶ୍ବର ଧ୍ଯାନ

   ସେ ପରା କୋଟିଏ ଧନ

ଭ୍ରମିତ ନ ହୋଇ ଆସରେ ମାଗିବା

   ଯେତେକ ବିଶ୍ବର ଜନ।

      


Rate this content
Log in

Similar oriya poem from Abstract