Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଚାରି ମାସ ସତେ ଚାରିଯୁଗ

ଚାରି ମାସ ସତେ ଚାରିଯୁଗ

1 min
305


ଚାରିମାସ ତାଲା ଚାରିଯୁଗ


କମଳ ନୟନ ଆହେ ଶ୍ୟାମଘନ

    ସାର୍ଥକ ହେଲା ଜୀବନ.

ଚାରିମାସ ତାଲା ଚାରିଯୁଗ ଭଳି

    ନ ପାଇ ତୁମ୍ଭ ଦର୍ଶନ.

ପ୍ରଭୁ, କରିଥିଲ କାହିଁ ମାନ. 


ମନର ମନ୍ଦିରେ ପୂଜା ପାଉଥିଲ

    ନ ଦେଇ ଚକ୍ଷୁ ଦର୍ଶନ.

ଭକ୍ତ ଭଗବାନ ଏ ମହା ମିଳନ

    ଭିଆଇଲ ଜନାର୍ଦ୍ଦନ.

କେ ବୁଝିବ ଲୀଳା ହେ କଳାବଦନ

ଭକତ ଆତୁରେ ଦେଲ ଦରଶନ.

    ତେଜି ମନୁ ଅଭିମାନ.


ଦିବ୍ୟ ଦରଶନ ଦିବ୍ୟ ଚକ୍ଷୁ ଲଭେ

    ଦିବ୍ୟଦୃଷ୍ଟି ତୋର ଥିଲେ.

ଚର୍ମଚକ୍ଷୁ ହୁଏ ଧନ୍ୟ ଏ ଜୀବନେ

    ବିଗ୍ରହେ ଦର୍ଶନ କଲେ.

ମିଳିଥାଏ ଶାନ୍ତି ପାପରୁ ମୁକତି

ବିଗ୍ରହରେ ଯିଏ ଦେଖେ ତୋର ଶକ୍ତି

    ଏଇତ ପୁଣ୍ୟ ଦର୍ଶନ.



Rate this content
Log in

Similar oriya poem from Inspirational