STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଚାଲିଛି ଚାଲୁଛି ଚାଲୁଥିବି

ଚାଲିଛି ଚାଲୁଛି ଚାଲୁଥିବି

1 min
134


 ଚାଲିଛି ଚାଲୁଛି ଚାଲୁଥିବି

 ମୋ ମାଟି ମାଆ ପାଇଁ 

 ସ୍ଵାର୍ଥକୁ ମୋ'ର ଭୁଲୁଥିବି

 ସମାଜ ପାଇଁ ଭାଳୁଥିବି

 ସଖା ସହୋଦର ଆତ୍ମୀୟସ୍ଵଜନଙ୍କ

 ମଙ୍ଗଳ ମନାସି

 ଏ ଜୀବନକୁ ମୋର ଜାଳୁଥିବି 

 ଚାଲିଛି ଚାଲୁଛି ଚାଲୁଥିବି ।


 ମୋ ପାଇଁ ନୁହେଁ କେହି ପର

 ସର୍ବେ ଆତ୍ମୀୟସ୍ଵଜନ

 ମୋ ସଖା ସହୋଦର

 ସେ ପାଇଁ ମୋତେ

 ସଭିଏଁ କରନ୍ତି ହତାଦର

 ନାହିଁ ଗର୍ବ ନାହିଁ ଅହଂକାର

 ମନ ହୃଦୟକୁ କରିଛି ସ୍ୱଚ୍ଛ ମୋ'ର

 ବଞ୍ଚିବି ଯଦି ଏ ଦେଶ ବିଶ୍ଵ ପାଇଁ

 ମୋ ମନ ମଧ୍ୟେ

 ପର ଆପଣା ଭେଦ ନାହିଁ

 ମୁଁ ଭଗତ୍ର ଶିଷ୍ୟ

 ମୁଁ ମାର୍କସଙ୍କ ଶିଷ୍ୟ

 ସମତା ମମତାରେ ବିଶ୍ଵାସ ରଖେ ମୁହିଁ

 ପୁଞ୍ଜିବାଦର ମୁଁ ଘୋର ବିରୋଧୀ

 ସାମ୍ରାଜ୍ୟବାଦୀଙ୍କୁ 

  ମୁଁ ଭାଳେ ଆତଙ୍କବାଦୀ

 ସାମ୍ରାଜ୍ୟ ବାଦର 

 ମୂଳ ଅଟଇ ପୁଞ୍ଜିବାଦୀ ବ୍ୟବସ୍ଥା

 ଯୁଦ୍ଧ ଓ ନରସଂହାର ତାଙ୍କ ମାନସିକତା

 ଯୁଦ୍ଧ ହିଁ ପୁଞ୍ଜିବାଦ ଓ

 ସାମ୍ରାଜ୍ୟ ବାଦର 

  ମୂଳ କାରଣ

 ସାମ୍ୟବାଦ ନ ଭୁଲ ମୋ ଭାଇ ଭଉଣୀ

 ବିଶ୍ଵ ଶାନ୍ତି ପାଇଁ ମୋ ପ୍ରିୟ

 ଭ୍ରାତା ଓ ଭଗ୍ନି ମୋ ଜନଗଣ ।


 ବଞ୍ଚିବାର ଆଶା ରଖିଛି

 ବିଶ୍ଵ ସମୁଦାୟକୁ ଗୁହାରି କରୁଛି

 ବିଶ୍ଵ ମାତୃକାର ମଙ୍ଗଳ ନିମନ୍ତେ

 ମୁଁ ଚାଲିଛି ଚାଲୁଛି ଚାଲୁଥିବି

 ଧନୀ ଦରିଦ୍ରର ପାର୍ଥକ୍ୟକୁ

 ମୁଁ ଘୃଣା କରୁଛି

 ଜାତି ପ୍ରଥା ସାମ୍ପ୍ରଦାୟିକତାକୁ

 ପ୍ରଥମରୁ ଘୃଣା କରିଛି କରୁଛି କରୁଥିବି

 ପିଣ୍ଡେ ପ୍ରାଣ ଥିବା ଯାଏଁ

 ମାନବବାଦ କୁ ବିଶ୍ଵାସ କରି

 ଚାଲିଛି ଚାଲୁଛି ଚାଲୁଥିବି

 ଯେତେ ଘାତ ପ୍ରତିଘାତ

 ଆସୁ ମୋ ଜୀବନେ

 ମଣିଷକୁ ଭଲ ପାଇଛି ପାଉଛି ପାଉଥିବି

 କଣ୍ଟକିତ ହେଉ ରାସ୍ତା ମୋ'ର ପଛେ

 ଏହି ଆଦର୍ଶେ ଚାଲିଛି ଚାଲୁଛି ଚାଲୁଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational