STORYMIRROR

Ajaya Kumar Mohanty

Inspirational

3  

Ajaya Kumar Mohanty

Inspirational

ଚାଲ ସତ କହିବା

ଚାଲ ସତ କହିବା

1 min
340


ସତ କହିବା ଭାରି ସହଜ

କି ହେବ ଛାତି ଛପନ ଇଞ୍ଚ

ସଂସଦର ସେହି ପ୍ରସସ୍ଥ ଘର

ଲାଲ୍ କିଲ୍ଲାର ଉଚ୍ଚ ପ୍ରାଚିର

ତାଜମହଲ୍ ର ସ୍ବପ୍ନ ଗମ୍ବୂଜ

ବଡଦେଉଳର ବେଢା ପବିତ୍ର


ସତରେ ନଥାଏ ବାଛବିଚାର

କହିପାରେ କେହି ନକରି ଭୟ

ନିରିହ କୋମଳ ସରଳ ଶିଶୁ

ମହାବଳି ଖଲି ବିରାଟ ବପୁ

ପ୍ରତିନିଧି ମନ୍ତ୍ରୀ ରାଜା ସମ୍ରାଟ 

ନିପଟ ଗାଁର ସରଳ ଲୋକ


ନିଜର ଉପରେ ରଖ ବିଶ୍ୱାସ 

ସତ କହିବାରେ ଅନେକ ସୁଖ

ମୁହଁରୁ ବାହାରି ପଡିଲେ କଥା

ମନେ ରଖିବାର ନଥାଏ ବ୍ଯଥା

ମଜବୁତ ହୁଏ ଦୁର୍ବଳ ମନ

ସତ କହିବାରେ ଥାଏ ସମ୍ମାନ


ସତ କହିବାରେ କାହିଁକି ଡର

କହିପାର କଥା ହଜାରେ ଥର

ହୋଇପାରେ ତାହା ତିକ୍ତ ଅପ୍ରିୟ 

କାଲି ହେବ ସବୁ ପ୍ରଶଂସନୀୟ

ବଦଳୁଛି ଯୁଗ ବଦଳେ ଲୋକ

ସତ୍ଯ ହୋଇ ରୁହେ ଅରୁଣ ସ୍ତମ୍ଭ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational