STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଚାଲ ପୁଣି ଗଢିଦେବା

ଚାଲ ପୁଣି ଗଢିଦେବା

1 min
221


କି ସୁନ୍ଦର ଆହା କି ଆନନ୍ଦମୟ 

ଥିଲା ଆମ ପରିବାର 

ପିତାମାତା ଭାଇ ଭଗିନୀର ସ୍ନେହ

ଏଠି ଥିଲା ନିରନ୍ତର। 


ଜେଜେ,ଜେଜେମାଆ,ବଡବାପା, ମାଆ,

କାକା,ଖୁଡୀ ଆଉ ପିଉସୀଙ୍କ ସାଥେ,

ହସୁଥିଲା ଏଇ ଘର

ଅଭାବ ଥିଲେ ବି ଯେତେ। 


ଭଲରେ ରହିବୁ ଭଲରେ ଖାଇବୁ

ସ୍ବାଧୀନ ଭାବରେ ଜୀବନ ଜୀଇଁବୁ

ସ୍ବପ୍ନ କରିବାକୁ ପୁରା 

ଭିନେ ଭିନେ ଆଜି ସରବେ ହୋଇଲୁ

ସେନେହ ପଡିଛି ଖୋଜା

ଜେଜେ ମାଆଙ୍କର ଗପଟି ସପନ

ଜେଜେଙ୍କ ଆକଟ ହୋଇଛି

ଗୋପନ ।


କାକା ଖୁଡୀଙ୍କର ଆଦର ଯତନ

ଗୁମୁରି ଗୁମୁରି ଖୋଜୁଛି ଏ ମନ

ଚାଳ ଛପରର ମାଟି ଘରେ ଥିଲୁ

ସୁଖର ନିଦରେ ଶୋଇ

ତାପ ନିୟନ୍ତ୍ରିତ କୋଠାଘରେ ଆଜି ,

ନିଦ ଖୋଜୁଛୁ ବିକଳ ହୋଇ

ସମଗ୍ର ବସୁଧା ଆମ ପରିବାର 

ବେଦ ମନ୍ତର ଏଇ ଭାରତର

ଚାଲ ପୁଣି ଗଢିଦେବା 

ଆମ ଚିର ଈପ୍ ସିତ ପରିବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational