STORYMIRROR

Tapaswini DashSarangi

Abstract Fantasy

3  

Tapaswini DashSarangi

Abstract Fantasy

ଚାଲ୍ ଫେରିଯିବା

ଚାଲ୍ ଫେରିଯିବା

1 min
299

ଚାଲ୍ ଫେରିଯିବା ସେ ସ୍ମୃତିର ସାଇତା ସେ ନିବୁଜ କୋଠରୀକୁ

ଝାଡିଦେବା ସେଇ ଅଳନ୍ଦୁ ଲଗା ପୁରୁଣା ଅଫେରା ଦିନକୁ।

ଯେଉଁଠି ଛାଡି ଆସିଛି ମୋ ଅଭୂଲା ପିଲାଦିନ

ଯେଉଁଠି ଦେଖୁଥିଲି ବଡ଼ ହେବାର ସ୍ୱପ୍ନ।

ହେଲେ ଆଜି ଅଣନିଶ୍ଵାସୀ ସଂସାରର ଏ ଛଳନାର ଭଉଁରୀରେ

ଫେରିଗଲେ ସେଇ କୋଠରୀକୁ 

ନଥିବ ସଂସାରର ବୋଝ

ନଥିବ ଦିଗହରା ମନର ଆଶଙ୍କା।

ବୋଉର ଆକଟ ଆଉ ବାପାଙ୍କ ଗାଳି

ତଥାପି ଅମାନିଆ ଚପଳାମୀରେ ମସଗୁଲ ହୋଇଯିବା

ଗଛ ଚଢା ନଦୀ ବୁଡା ଆଉ ବୋହୂ ଚୋରୀର ଖେଳ

ତା'ସହିତ ଥିବ କଣ୍ଢେଇ ବାହାଘର ଭୋଜି।

ଚାଲ୍ ମିଶିକି ଝାଡି ଦେବା ସେ ପୁରୁଣା ପିଲାବେଳର ଦସ୍ତାବିଜ୍

ଉପରେ ଲାଗିଥିବା ଧୂଳି।

ଆଉ ଦେଖିବାନି ବଡ଼ ହେବାର ସ୍ଵପ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract