STORYMIRROR

Rama chandra Pradhan

Inspirational

2  

Rama chandra Pradhan

Inspirational

ଚାଲ ଆମେ ସ୍କୁଲ ଯିବା

ଚାଲ ଆମେ ସ୍କୁଲ ଯିବା

1 min
358

 ଆସ ପିଲେ  ଆମେ ଆଜି 

    ପଢିବା ପାଠ 

  ବ୍ୟାଗ ଧରି  ସ୍କୁଲ ଯିବା 

    ନ କରି ମଠ

  ସାଙ୍ଗ ହୋଇ ମିଳିମିଶି 

     ଗଢିବା ଦେଶ 

  ସଫା ହୋଇ ସ୍କୁଲ ଯିବା 

     କୁଣ୍ଡାଇ କେଶ

  ରଙ୍ଗ ଦେବା  ଚିତ୍ର ଆଙ୍କି 

     ଭଳି କି ଭଳି 

  ଗୀତ ଗାଇ  ସ୍କୁଲ ଯିବା 

     ନ କରି କଳି

  ପାଣି ନେଇ  ମୂଳେ ଦେବା 

     ଲଗାଇ ଗଛ 

  ହସି ଖେଳି ସ୍କୁଲ ଯିବା 

     ନ ମଣି ତୁଚ୍ଛ

  ପାଠେ ଦେବା ମନଧ୍ୟାନ 

    ଛାଡି କୁପଥ 

  ଚାଲ ବେଗି  ସ୍କୁଲ ଯିବା 

    କରି ଶପଥ


Rate this content
Log in

Similar oriya poem from Inspirational