STORYMIRROR

Sangram Moharana

Romance

3  

Sangram Moharana

Romance

ଚାଲ ଆମେ କଥା ହେବା

ଚାଲ ଆମେ କଥା ହେବା

1 min
243

 ଚାଲ ଯିବା ସାଥି ହୋଇ ଗୋଟେ ନୂଆ ଦୁନିଆକୁ

ଯେଉଁଠି ଥିବ ପୂର୍ଣ୍ଣିମା ଚାନ୍ଦର ଆଲୋକ

ଆଉ ଶାନ୍ତ ସ୍ନିଗ୍ଧ ଶୀତଳତା

ଯେଉଁଠି ଥିବ ସୋରିଷ ଫୁଲର କ୍ଷେତ

ଆଉ ଭରା ଶ୍ରାବଣର ଆର୍ଦ୍ରତା

ଯେଉଁଠି ଥିବ କୁଳୁକୁଳୁ ହୋଇ ବହି ଯାଉଥିବା ଝରଣା

ଆଉ ଚାରି ପାଖରେ ନିର୍ମଳତା

ସେଇ ଝରଣା କୂଳରେ ବସିଥିବା 

ତୁ ଆଉ ମୁଁ

ମନ୍ଦ ମଳୟର ସ୍ପର୍ଶରେ

ଚହଳି ଉଠୁଥିବ ଦେହ ଆଉ ମନ

ଯେଉଁଠି ମିଶୁଥିବ ଧରା ସହ ନୀଳ ଗଗନ

ସବୁ ଆଡେ ନୀରବ ଆଉ ନିଃଶବ୍ଦ

ହଠାତ୍ ଭାସି ଆସିବ ଦୂର ଦିଗନ୍ତରୁ ବଂଶୀର ସୁର

ଆମେ ଦୁହେଁ ହଜିଯିବା ପରସ୍ପରର ସାନ୍ନିଧ୍ୟରେ

ନାଁ ଥିବ ମିଛ ମାୟାର ବନ୍ଧନ

ନାଁ ଥିବ ଅପବାଦର ଗୁଂଜନ

କେବଳ ଥିବ ସଂଧ୍ୟା ଆଳତିର ପବିତ୍ରତା

ଶାନ୍ତ ମନର ନିଚ୍ଛକ କୋମଳତା

ଥିବ ସବୁ କିଛି ସୁମଧୁର

ତା ସହ ମହ ମହ ବାସ୍ନା ମଲ୍ଲୀ ଫୁଲର

ଚାହୁଁଛି ନିଷ୍କ୍ରିୟ ହବାକୁ

ଲାଲ୍ ରଂଗର ତୋର ସେଇ ସ୍ମିତହାସ୍ୟର ଦୁନିଆକୁ

ଆକୁଳ ନିବେଦନର ପ୍ରେମ ଆଭରଣକୁ

ନେଇଯାଆ ମତେ ତୋ ଦୁନିଆକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance