STORYMIRROR

Prasanna kumar sahu

Fantasy

4  

Prasanna kumar sahu

Fantasy

ଚାକିରୀ ପାଇଁ ଯୋଗ୍ୟତା

ଚାକିରୀ ପାଇଁ ଯୋଗ୍ୟତା

1 min
294

ଚାକିରୀ ରହିଛି

ବିଭିନ୍ନ ପ୍ରକାର

ଯୋଗ୍ୟତା ଅନୁସାରେ,

ଯୋଗ୍ୟତା କଳନା

ହୁଅଇ ଦକ୍ଷତା

ପ୍ରମାଣ ପତ୍ର ସାଥିରେ।


ପ୍ରମାଣ ପତ୍ର ଟି

ଲୋଡା ହୋଇଥାଏ

ଶିକ୍ଷାର ପ୍ରମାଣ ପାଇଁ,

କି ହୋଇବ ଖାଲି

ପ୍ରମାଣ ପତର

ଦକ୍ଷତା ଯଦି ନାହିଁ।


ସେବା ନୁହଁ କିନ୍ତୁ

ଚାକିରୀ ଗୋଟିଏ

ଦରମା ମିଳିବ ଭାଇ,

ସେବା କରି କିନ୍ତୁ

ସେବା ଜାରୀ ଟିଏ

ପୁଣ୍ୟକୁ ଅରଜି ଥାଇ।


ସେବା କାର୍ୟେ ଯଦି

ଦରମା ମିଳିବ

କିପରି ସେବା ହୋଇଲା,

ରାଜ ନୀତି ପରା

ଅଟେ ସେବା କାର୍ଯ୍ୟ

ତା ପାଇଁ ଦରମା ହେଲା।


ସେବାର ଅର୍ଥ କି

ବଦଳି ଗଲାଣି

ଅଭିଧାନ ଅନୁସାରେ,

ଯଦି ବଦଳିନି

ରାଜ ନୀତି ସେବା

ଦରମା କେଉଁ ପ୍ରକାରେ।


ଅଟଇ ଯଦି ହେ

ଚାକିରୀ ରେ ଗଣା

ରାଜ ନିତି ଜନ ସେବା,

ଶିକ୍ଷାର ଯୋଗ୍ୟତା

ଏ ଚାକିରି ପାଇଁ

ନିର୍ଦ୍ଧାରଣ ନ ଦେଖିବା।


ତନ୍ନ ତନ୍ନ କରି

ଦେଖିଲେ ଦିଶୁଛି

ରାଜ ନେତାଙ୍କ ଯୋଗ୍ୟତା

ନିହାତି ଲୋଡ଼ା ଯେ

ଯୋଗ୍ୟତା ରହିଛି

ଖାଲି ଟାଉଟର କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy