Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjya Tripathy

Classics

3  

Sanjya Tripathy

Classics

ବ୍ୟବସ୍ଥା

ବ୍ୟବସ୍ଥା

1 min
223



ନୀତି, ଅନୀତି ଓ ଦୁର୍ନୀତିର ମାୟାଜାଲରେ

ବ୍ୟତିବ୍ୟସ୍ତ, ସଂଦିହାନ ମଣିଷ

ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ

ଧୂଳିସାତ ଆମ ସଂସ୍କୃତି, ନୀତିଚେତନା

ଧର୍ମାଧ, ମୌଳବାଦୀ ମଣିଷର ଆକ୍ରମଣରେ

କୁଶବିଦ୍ଧ ଯୀଶୁ, ଗୁଳିମାଡର ଶିକାର

ମହାମ୍ବା, ଇଂଦିର ଓ ରାଜୀବ ଗାଧୀ

ଆତଂକବାଦର କରାଳ ଛାୟାରେ

କବଳିତ ସମଗ୍ର ପୃଥିବୀ

ଏକ ସଭ୍ୟ ସମାଜରେ ଆତଂକବାଦ

ଆଗ୍ରହଣୀୟ, ତଥାପି ଏହା ବଢ଼ାଇ ଚାଲିଛି

ତାର ଶାଖା ପ୍ରଶାଖା

୯/୧୧, ୨୬/୧୧ ଏପରି ଅନେକ ଦୃଷ୍ଟାନ୍ତ

ସୀମାରେ ଅନୁପ୍ରବେଶ ଜନିତ ଉତେଜନା

ବିସ୍ପାରିକ, ଯୁଦ୍ଧ ପ୍ରାୟ ସ୍ଥିତିରେ ଭାରତ

ଦେଶର ଅଖ୍ୟଡତା, ଜାତୀୟ ସଂହତି ରକ୍ଷା ପାଇଁ

ଜାଗତିଆର ସଶସ୍ତ୍ର ବାହିନୀ

ଏ ପଟେ ଲୁଟତରାଜ ଓ ଗଣଦୁଷ୍କର୍ମର

କ୍ରମ ବଦ୍ଧମାନ ଦୃଶ୍ୟପଟରେ

ଅସହିଷ୍ଣୁତାର ନୀଳ ଜହରରେ

ବ୍ୟତିବସ୍ତ ଆରକ୍ଷୀ ବାହିନୀ

ନୀଳତୃଷା ପାଲଟି ସାରିଛି ସଂପୂର୍ଣ୍ଣ ପ୍ରାସଂଗିକ

ମାଟିର ବାସନା ପରିବର୍ତ୍ତେ

ମାଂସର ଆସଂତ୍ରଣରେ ଚକ୍ରବ୍ୟୁହରେ ବଂଦୀ

କିଏ ସେ ଦେବ ଏ ଯୁବସମାଜକୁ

ନୀତିକାଂତିର ମୃଦୁନଂଦ ମଳୟ

ନାରୀକୁ ଏକ ବହୁଭୋଗ୍ୟ, ପଶ୍ୟଦ୍ରବ୍ୟ ପରିବର୍ତ୍ତେ

ପୁରୁଷସମ ସମାନ ଇଜତ ଓ ସମ୍ମାନ ମିଳିଲେ

ଆପେ ମିଳେଇ ଯିବ ଏ ନୀଳତୃଷାର ଜହର

ଜନନୀ, ଭଗିନୀ, ଜାୟା ରୂପେ

ନାରୀ ଅନାବିଳ ସ୍ନେହ ଓ ପ୍ରେମର

ତିନୋଟି ପ୍ରତୀକ

ଗାଁର ମମତା, ଭଗିନୀର ସ୍ନେହ ଓ

ପତ୍ନୀର ସାହଚର୍ଯ୍ୟରେ ବିକଶିତ

ହେବ ଏକ ନୂତନ ସମାଜ

ଯାହାର ଦିଗ୍ ବାରେଣୀ ଝରିଆସିବ

ଏକ ଶୀତାର୍ଡ କବିତାରେ ।


Rate this content
Log in