ବୁଲା କୁକୁର
ବୁଲା କୁକୁର
ବୁଲା କୁକୁର ମୁଁ ବୁଲା କୁକୁର
ସ୍ଵାଧୀନରେ ମୁଁ କରେ ବିହାର ।
ମାଲିକ ନାହିଁ କି ଶିକୁଳି ନାହିଁ
ଚାରି କାନ୍ଥେ ନାହିଁ ଆବଦ୍ଧ ହୋଇ ।
ଆଜି ଏଠି ପୁଣି କାଲି ତ ସେଠି
ଶୋଇପଡ଼େ ଥକ୍କା ଲାଗେ ଯେଉଁଠି I
ମେଞ୍ଚେ ଖାଏ ପୁଣି କେବେ ଉପାସ
ଯାହା ମିଳେ ହୁଏ ଆତ୍ମ ସନ୍ତୋଷ ।
ଭୋଜିଭାତ ହେଲେ ହୁଅଇ ଖୁସି
ଶୁଙ୍ଘି ଶୁଙ୍ଘି ସେଠି ପହଞ୍ଚେ ଆସି ।
ଜାତି ଭାଇମାନେ ଏକାଠି ହେଉ
ଫୋପଡ଼ା ଦରବ ଆଦରେ ଖାଉ ।
ଚା' ଜଳଖିଆ ଦୋକାନ ଆଗେ
ବସି ରହେ କାଳେ ପଡ଼ିବ ଭାଗେ ।
କେତେକ ଥାଆନ୍ତି ବଦାନ୍ୟ ବ୍ୟକ୍ତି
ମୋ ପାଖକୁ କିଛି ଫିଙ୍ଗି ଦିଅନ୍ତି ।
ବୁଲୁ ବୁଲୁ କେବେ ସଡ଼କେ ଗାଡ଼ି
ବୁଲା କୁକୁରଙ୍କୁ ଯାଏରେ ମାଡ଼ି ।
ସେବା କରିବା ତ ଦୂରର କଥା
ଦେଖି ବୁଲି ଚାଲିଯାଏ ଜନତା ।
ମରିଗଲେ ପଚି ଦୁର୍ଗନ୍ଧ ଯାଏଁ
ସଡ଼କ ମଝିରେ ପଡ଼ିକି ରହେ ।
ଲୋକ ଅଜାଣତେ ଝଡ଼ି ବର୍ଷାରେ
ଆଶ୍ରୟ ନିଏ ମୁଁ ତାଙ୍କ ପିଣ୍ଢାରେ ।
ଧଡ଼ କରି ହେଲେ ଭୁକେ ଦାଣ୍ଡରେ
ଚୋର ଜଗିଥାଏ ଗାଆଁ ମୁଣ୍ଡରେ ।
କୁକୁରମାନଙ୍କ ନିଦଟି କ୍ଷୀଣ
ସଚ୍ଚୋଟ ହେବାର ଏ ଗୋଟେ ଗୁଣ ।
ପିଠାପଣା ହୁଏ ଲୋକଙ୍କ ଘରେ
ବାସି ପିଠା ପଡ଼େ ମୋ ଭାଗ୍ୟରେ ।
ଖାଉ ମଲାଜୀବ ମନ୍ଦ ଜିନିଷ
ସୁସ୍ଥ ରଖୁ ସଦା ଏ ପରିବେଶ ।