STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ବୁଝିବା ଭଉଣୀ ବୁଝିବ

ବୁଝିବା ଭଉଣୀ ବୁଝିବ

1 min
360

ସ୍ବାଧୀନତା ଦିବସ ସଙ୍ଗରେ ଆଣିଛି

ଭଉଣୀଙ୍କ ପାଇଁ ରାଖୀ

ବଞ୍ଚିଥିବା ଯାଏଁ ଭାଇ ହୋଇବ

ବିପଦେ ଆପଦେ ସାକ୍ଷୀ ।


ଭଉଣୀ ମାନେ ଶ୍ରଦ୍ଧାରେ ବାନ୍ଧନ୍ତି

ଭାଇଙ୍କ ହାତରେ ରାଖୀ

ସ୍ନେହରେ ସ୍ନେହରେ ଗେଲରେ ଗେଲରେ

ହେଉଥାନ୍ତି ଭାରି ସୁଖୀ ।


କିଛି ଟଙ୍କାରେ ଆପ୍ୟାୟିତ କରେ

ଭାଇଟିଏ ଭଉଣୀକୁ

କିଛି ମିଠାରେ ମୁହଁ ମିଠା କରେ

ଭଉଣୀଟେ ତା ଭାଇକୁ ।


ଏହାକୁ ଯଦି ବନ୍ଧନ କହିବା

ବନ୍ଧନ ରହିବ କାହିଁ

ଜୀବନେ ଜୀବନ ରକ୍ଷା ନ ପାଞ୍ଚିଲେ

ରାଖୀ ମୂଲ୍ୟ କିଛି ନାହିଁ ।


ଭଉଣୀ ମାନଙ୍କୁ ଅନୁରୋଧ ମୋର

ମୋ କଥାକୁ ମନେ ରଖିବ

ନିଜର ଭାଇକୁ ହେଲମେଟ ପିନ୍ଧେଇ

ହାତେ ରାଖୀ ଟିଏ ବାନ୍ଧିବ ।


ହେଲମେଟ ପିନ୍ଧି ଗାଡ଼ିରେ ଯିବାକୁ

ଉପହାର ଟିଏ ମାଗିବ

ସେଇ ଉପହାର ଅମୂଲମୂଲ ଯେ

ବୁଝିବା ଭଉଣୀ ବୁଝିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational