STORYMIRROR

Ashok Kumar Pradhan

Tragedy

4  

Ashok Kumar Pradhan

Tragedy

ବୁଝାମଣା

ବୁଝାମଣା

1 min
22.8K


ପ୍ରେମ,

ଏକ ଅଛିଣ୍ଡା ଗଣିତ ବିନା ସୂତ୍ରର

ଅଭିସାରୀ ମନ ଦୁଇ ହୃଦୟର,

କିଛି ତ୍ଯାଗ ଓ ଭୋଗ ଜୀବନର

ବୁଝାମଣା ଆରୋପ ପ୍ରତ୍ୟାରୋପର ।। 1।।


ବିବାହ,

ଏକ ମିଳନ ଦୁଇଟି ଅତୃପ୍ତ ମନର

ତେଲ ଲୁଣ ସଂସାରର ବାଲିଘର,

ଗଢି ଜାଣିଲେ ସୁନ୍ଦର, ନ ହେଲେ ବାନ୍ଦର

ବୁଝାମଣା ବ୍ଯକ୍ତିଗତ ଅଧିକାରର ।। 2।।


ସଂସାର,

ଭବ ପାରାବାରେ ଜଟିଳ ଜୁଆର

ଥଳକୂଳ ପାଏନା ନିଜ ଅସ୍ଥିତ୍ବର,

ସ୍ଥିର ପୋତ, ବିନା ନାବିକେ ପୋତାଶ୍ରୟର

ବୁଝାମଣା ଏକ ବୋଝ ଆଉ ବୋଝାଳିର ।। 3।।


ଜୀବନ,

କପୋଳକଳ୍ପିତ ଧାରାବାହିକ କାମନାର

ପ୍ରତି ମୂହୁର୍ତ୍ତେ ଅଣନିଃଶ୍ବାସୀ ବାଆ ଅଣଚାଶର,

ଦଲକାଏ ପବନରେ ସ୍ଥିତି ହାରିବାର

ବୁଝାମଣା ମରିବା ଓ ଜୀଇଁବାର ।। 4।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy