ଶେଷ ବସନ୍ତର ଚିଠି
ଶେଷ ବସନ୍ତର ଚିଠି
ଭୋ ଭୋ ହୋଇ କାନ୍ଦେ ଭୋଗରାଇ
କାନ୍ଦୁଅଛି ପଣ୍ଡିଚେରୀ
ପୁନେଇଁ ଜହ୍ନଟା ପଡିଲା ମଳିନ
ଚଇତର ବୁକୁଚିରି ।
ଶେଷ ବସନ୍ତର ଚିଠି ଲେଖା ଆଉ
କିଏ ବା ପାରିବ ଲେଖି
ତୁମ ପଦଧ୍ବନି ଶୁଣିବ କି ପ୍ରିୟା
ମୁଦି ଦେବ ଅବା ଆଖି ?
ସମୁଦ୍ର କ୍ଷୁଧା କି ମେଣ୍ଟିବ କୁହ ତ
ସାହିତ୍ଯର ଶବ୍ଦ ଜଳେ
ତନ୍ଦ୍ରାଲୋକର ପ୍ରହରୀ କେହେବ
କନକ ଉପତ୍ଯକାରେ ?
ଧୂଳି ଧୂସରିତ ଗୋଧୂଳି ବାଘ କୁ
ନନ୍ଦାବତୀର ମାଝୀ
ଲକ୍ଷ୍ମୀ ଅଭିସାର ଅମୃତ ଫଳକୁ
କିଏ ବା ପାରିବ ବୁଝି ?
ସାହିତ୍ଯ ଆକାଶେ ଧ୍ରୁବତାରା ତୁମେ
ସାହିତ୍ଯ ଭାରତୀ ନାମ
ହେ ବାଗ୍ମୀ ପୁରୁଷ ହେ ମନୋଜ ଦାସ
ପ୍ରଣତି ଘେନ ଅଧମେ ।
ଶଙ୍ଖାରୀରେ ଆଉ ଶଙ୍ଖ ଶୁଭୁନାହିଁ
ସାହିତ୍ଯ କରିଛି ମାନ
ଶେଷ ବସନ୍ତର ଚିଠି ପହଞ୍ଚିଛି
ଚଇତ ପୁନେଇଁ ଦିନ
ଚଇତ ପୁନେଇଁ ଦିନ ।