Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ବୁଝାମଣା

ବୁଝାମଣା

1 min
387


ଜୀବନ ଏମିତି ବଞ୍ଚିବାକୁ ହେଲେ

   ସମାଜକୁ ସାଥେ ନେଇ 

ପରିସ୍ଥିତି ସହ ବୁଝାମଣା ହୁଏ

   ସମୟକୁ ତାଳ ଦେଇ |


ବହୁ ଝଡଝଞ୍ଜା ଜୀବନେ ଆସଇ

   କରିବାକୁ ପଡେ ସାମ୍ନା 

କାର୍ଯ୍ୟ ସିଦ୍ଧି ପାଇଁ ଅନ୍ୟ ସହ ପଡେ

    କରିବାକୁ ବୁଝାମଣା |


ପରିବାର ଠାରୁ ଦେଶ ଦେଶ ମଧ୍ୟେ

   ସବୁଠି ସମସ୍ୟା ଅଛି 

ଚାଲିବାକୁ ହୁଏ ଜୀବନର ପଥ

   ବୁଝାମଣା ମାତ୍ର ସାଥି |


ମଣିଷ ମାତ୍ରେ ହିଁ ଭୁଲ କରିଥାଏ 

   କେବେ କେବେ ଅଜାଣତେ 

ସେହି ଭୁଲକୁ ସୁଧାରିବା ପାଇଁ

   ବୁଝାମଣା ହୁଏ ପ୍ରୀତେ |


ସଂସାର ଜଞ୍ଜାଳେ ହୋଇଥାଏ ଗତି

   ଅଭାବେ ଅବା ସ୍ଵଭାବେ 

ଶାନ୍ତିରେ ବିତଇ ବୁଝାମଣା ଥିଲେ

   ଅଘଟଣ ଘଟେ ଯେବେ |


ପତି ପତ୍ନୀ ମଧ୍ୟେ ମାନ ଅଭିମାନ

   ଲାଗିଥାଏ ବେଳେବେଳେ 

ସମାଧାନ ହୁଏ ଉଭୟଙ୍କ ମଧ୍ୟେ

   ଅଳ୍ପ ଆଲୋଚନା ବଳେ |


ସମାଜରେ ଘଟେ ସମ୍ପତ୍ତି ପାଇଁ ଯେ

    ଗଣ୍ଡଗୋଳ ଘଟିଥାଏ 

ବରିଷ୍ଠ ଲୋକଙ୍କ ମଧ୍ୟସ୍ଥତା ବଳେ

    ବୁଝାମଣା ହୋଇଥାଏ |


ଦେଶେ ଦେଶେ ଜଳେ ଅଶାନ୍ତିର ବହ୍ନି

   ବିଭିନ୍ନ ସମସ୍ୟା ଆସେ 

ଜାତିସଂଘ ବସି ବୁଝାମଣା କରେ

   ଦେଖି ଉଭୟଙ୍କ ସ୍ଵାର୍ଥେ |


ଅତୀତେ ଘଟିଛି ବିଶ୍ୱରେ ଅନେକ

   ଯୁଦ୍ଧ ଅବା ଆନ୍ଦୋଳନ 

ସବୁ ସମସ୍ୟା ତ ବୁଝାମଣା ବଳେ

   ହୋଇଅଛି ସମାଧାନ |


ବିଶ୍ଵଶାନ୍ତି ପାଇଁ ଏକମାତ୍ର ଅସ୍ତ୍ର

    ଦେଶେ ଦେଶେ ବୁଝାମଣା 

ଶକ୍ତିମାନ ସିଏ ଜଗତେ କେବଳ

    କରଇ ଶାନ୍ତି ସ୍ଥାପନା |



Rate this content
Log in

Similar oriya poem from Inspirational