Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ବୁଦ୍ଧିର ବଳ

ବୁଦ୍ଧିର ବଳ

1 min
173



ଥାଉ ବାହୁବଳ ଦୃଢ଼ ମା°ସପେଶୀ

ପୃଥୁଳକାୟ ଶରୀର

ଚମତ୍କାର କିନ୍ତୁ ସିଦ୍ଧି ପ୍ରଦାୟକ

କୈ।ଶଳ ବୁଦ୍ଧିର ବଳ ।

ହୁଏ ଉପଯୋଗ ଜ୍ଞାନ ଓ ବିଜ୍ଞାନ

ନୂତନ ଯନ୍ତ୍ର ପ୍ରବିଧି

କାର୍ଯ୍ୟ ସମ୍ପାଦନ ହୁଅଇ ସହଜ

ବିନିଯୋଗ କରି ବୁଦ୍ଧି ।

ଅଙ୍ଗୁଳି ସ୍ପର୍ଶରେ ହୁଏ ଅନାୟାସେ

କଷ୍ଟ କାର୍ଯ୍ୟ ସମ୍ପାଦନ

ସଞ୍ଚାର ମାଧ୍ୟମେ ନିମିଷକ ମାତ୍ରେ

ବାରତା ହୁଏ ପ୍ରେରଣ ।

ଦେଖି ଶୁଣି ହୁଏ କହି ହୁଏ କଥା

ହୋଇଥାଉ ଯେତେ ଦୂର

ସମଗ୍ର ବିଶ୍ୱର କୋଣ ଅନୁକୋଣ

ହୋଇଛି ନିକଟତର ।

ଗଭୀର ସମୁଦ୍ର ଭୂଗର୍ଭ ଆକାଶେ

ବୁଦ୍ଧିର ବଳେ ମଣିଷ

ଭ୍ରମେ ଅନ୍ତରୀକ୍ଷ ଗ୍ରହ ଗ୍ରହାନ୍ତର

ବୁଦ୍ଧି ଯୋଗୁ ଜୀବ ଶ୍ରେଷ୍ଠ ।

ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ

ଆଜି ଗଣେଶ ଚତୁର୍ଥୀ

ହୁଅନ୍ତୁ ସହାୟ ସିଦ୍ଧି ବିନାୟକ

ଅଗ୍ରପୂଜ୍ୟ ପ୍ରିୟପତି ।

ମଙ୍ଗଳ ମୂରତି ବାବା ଗଣପତି

ହୋଇଥାନ୍ତୁ ସୁପ୍ରସନ୍ନ

କଲ୍ୟାଣ ନିମନ୍ତେ ଅରଜୁ ମାନବ

ସଦ ବିଦ୍ୟା ବୁଦ୍ଧି ଜ୍ଞାନ ।

   


Rate this content
Log in

Similar oriya poem from Inspirational