STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ବସୁମତୀ ସ୍ନାନ

ବସୁମତୀ ସ୍ନାନ

1 min
14.3K



ସରି ସରି ଆସେ ରଜ

ମାତା ବସୁମତୀ ସ୍ନାନ କରିବାକୁ

ସଜ ହୋଇଲେଣି ଆଜ॥

ବର୍ଷାଗୋ ଆଜି ଝରିଯାଅ ଏହି

ଉତ୍ତପ୍ତ ଧରଣୀ ପରେ

ବସୁମତୀଙ୍କର ସ୍ନାନ ସମାପନ

ହେଉ ଯଥା ସମୟରେ॥

ବୀଜ ଅଙ୍କୁରଣ ପାଇଁ ସୃଷ୍ଟି ହେଉ

ଊତ୍ତମ ବାତାବରଣ

କେଦାରେ କେଦାରେ ସବୁଜ ଶସ୍ୟ

ଭରୁ ଖୁସୀର ସ୍ପନ୍ଦନ॥

ଗଛଲତା ଭରା ଏ ବଣ ପାହାଡେ

ସବୁଜିମା ଛାଇଯାଉ ।

କେଦାରେ ସବୁଜ ଶସ୍ୟ ଲହରୀ

ଦେଖି ଚାଷୀ ହସୁଥାଉ ॥

********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational