STORYMIRROR

ABADHOOT PANDA

Classics

4  

ABADHOOT PANDA

Classics

ବସୁମାତାର ଅବସର

ବସୁମାତାର ଅବସର

1 min
389

ରଜ ମଉଜ ମଜାଇ ମଗଜ ଆସେ

ବରଷକୁ ଥରେ ମନଲୋଭା ରସେ ll


ତିନିଦିନ ଧରି ଚାଲେ ଧୁମ୍ ଧାମ୍

ହଳଦୀ ମଖାଇ ବାଳା ଗଣେ ତମାମ୍ ll

ପୋଡ଼ ପୀଠା ଦିଏ ଚଖାଇ ସଭିଙ୍କୁ

ପିଲାପିଲି ବୁଢ଼ାବୁଢ଼ୀ ପୁଅ ଝିଅ ସଭିଙ୍କୁ ll


ବନ୍ଧା ହୁଏ ରଜଦୋଳି ବାହାରେ ଘରେ

ପିଲାମାନେ ଖେଳନ୍ତି ଝୁଲିଝୁଲି ମସ୍ତିରେ ll


ରବି ଲୁଚକାଳି ଖେଳେ ଭସାମେଘମେଳେ,

ରଜ ପାଗେ ପିଲାଏ ଖେଳନ୍ତି ଦୋଳି ବରଗଛ ଆଢୁଆଳେ ll


ପୋଡ଼ପୀଠା ଖଣ୍ଡେ ଧରି କାମୁଡ଼ି ମୁହେଁ

ପେଙ୍ଗା ମାରି ଦୋହଲନ୍ତି ନାଚି ସଭିଏଁ ll


ପିଲାଟୋକା ବୁଢ଼ାଙ୍କ ନାନା ଭଙ୍ଗୀଦୋଳି

ଦେଖଣହାରୀମାନଙ୍କ ମନ ନିଏ କିଣି ll


ଗାଁ ଚୌପାଢ଼ୀ ଉପରେ ଖେଳର ଆସର

ତାସ୍ କ୍ୟାରମ ପଶା କଉଡ଼ିର ଫୁଆର ll


ଗୃହ ଲଳନା ଗଣେ ପାଆନ୍ତି ରିହାତି

ନକରି ବଟାକୁଟା ଡିଆଁଡେଇଁ ଧସ୍ତାଧସ୍ତି ll


ମନମତାଣିଆ ରଜଦୋଳି ଗୀତ ଗାନେ

ଗ୍ରାମ୍ୟ କଳାକାର କରନ୍ତି ତୃପ୍ତ ଗାଁ ଜନେ ll


ରଜ ଖିଲି ପାନ ଖାଇ ଓଠ କରି ନାଲି

ରଖନ୍ତି ଓଡ଼ିଆ ଟେକ ବଟୁଆଟି ଖୋଲି ll


ଘରେ ଖେଳନ୍ତି ଲୋକେ ପଶା ତାଆସ

ପୀଠା ସଙ୍ଗେ ମାଛମାଂସ ତିଅଣ ପରଶ ll


ରଜପରବ ଅତି ହିତକର ନାରୀ ଜାତିକୁ

ବଢ଼ାଇ ରଖେ ନାରୀ-ମାନମର୍ଯ୍ୟାଦାକୁ ll

କଡ଼ାଗୁଣ୍ଡି ପାନ ଖାଇ ଆମ ଅଜା ଆଈ


ମନ ଟଣା ଗପେ ସଭିଙ୍କୁ ଦିଅନ୍ତି ମଜ୍ଜାଇ ll

ବସି ଦୋଳିରେ ଅଜା ଆଈ ଗଣ ଜମେଇ 


ନାତିନାତୁଣୀ ଠେଲା ଖାଆନ୍ତି ପାନଖାଇ ll

ରଜ ଖାଲି ନୁହେଁ ଖେକ କୁଦର ମାଧ୍ୟମ


ପୁରାଣ ବିଜ୍ଞାନ ତତ୍ତ୍ୱ ଦର୍ଶନର ସୁପ୍ରତିମ ll

ବଡ଼ ଠାକୁର ଜଗାକାଳିଆଙ୍କ ଶ୍ରୀମୁଖ ବାସ


ସେହି ତ ରଜପାନ ଓଡ଼ିଆଙ୍କ ମୁଖବାସ ll

ଓଡ଼ିଆ ଜାତି ଗର୍ବିତ ଆଜି ପାଳି ଏ ପରବ


ତିନିଦିନିଆ ରଜ ଓଡ଼ିଆ ସଂସ୍କୃତି ବିଭବ ll

ଆସୁ ଏମିତି ପ୍ରତି ବରଷେ ରଜ ସଦର୍ପେ

ପାଳିଆସୁଥିଲେ ଆମ ପୁରୁଖା ମା ବାପେ ll


ପାଳୁଛୁ ଆଜି ବି ଆମେ ରଜ ପାଳିବେ ଆମ ନାତି ନାତୁଣୀଗଣେ ବି ଓଡ଼ିଶା ଧାମେ,

ବସୁମାତାର କଷ୍ଟକୁ ବୁଝି ପାରିଛନ୍ତି ଓଡ଼ିଶା ମାଟିମାଆର ସନ୍ତାନ ଗଣେ ଦେଇ ସୁଖ ତିନିଦିନ ଘରଣୀବୃନ୍ଦଙ୍କୁ ଶ୍ରୀଜଗନ୍ନାଥଙ୍କ ନାମେ ll


Rate this content
Log in

Similar oriya poem from Classics