Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Inspirational

3  

Pratap Chandra Mishra

Inspirational

ବସନ୍ତ ଉତ୍ସବ

ବସନ୍ତ ଉତ୍ସବ

1 min
228



ଆମ୍ର କାନନେ ବକୁଳ ମହକ,

ସେଇଠି ଅଙ୍କା ବଙ୍କା ନଈ,

ପ୍ରକୃତି କୋଳରେ ଷୋହଳ ଶୃଙ୍ଗାର ନେଇ

ଆସିଛି ବସନ୍ତ ମୁହିଁ ।


ଫୁଲ ଝୁଲଣରେ ବକୁଳ ଦୋଳିରେ ହୋଇ ଵ ଆନମନା,

ବସନ୍ତ ଉତ୍ସବ ପାଳିବ ସେଇଠି, କୋଇଲି ଗାଇବ ଗାନା ।


ମଳୟ ସାଥିରେ ଏକାକାର ହୋଇ ପ୍ରକୃତି ପଲ୍ଲବ ନାଚନ୍ତି କାକଳି ସହ

ବସନ୍ତ ବନରେ ଉତ୍ସବେ ଉଡ଼ାଇ କୁସୁମିତ ସୁଗନ୍ଧ ମହ ମହ ....।


ମାଟିର ମମତା ଟାଣି ଆଣି ଅଛି

ପର ମୁଲକରୁ କେତେ ବିହଙ୍ଗ

ଏକସୁରେ ସବୁ ଆତ୍ମହରା ବନସ୍ତେ

ଖୁସି ବାଣ୍ଟନ୍ତି ଏକ ହୋଇ ଯେତେ ପତଙ୍ଗ।


ପ୍ରୀତି ଭରା ସନ୍ଦେଶ ପ୍ରେମ ମୟ

ବାର୍ତ୍ତା ବସନ୍ତ କହୁଛି ସଭିଙ୍କୁ

ପ୍ରକୃତି ଆମର ସାଥିରେ ରହିଲେ

ବଞ୍ଚି ବଞ୍ଚାଇବା ପ୍ରଭୁଙ୍କ ସୃଷ୍ଟିକୁ।


ବିଲୟ ନ କରି ବନ ସଜାଡ଼ିବା

ଗଛ ଲତା ପ୍ରାଣୀ ସମ୍ପଦ ଧନ

ଅନ୍ୟଥା ହେଲେ ତାହାରି କୋପେ

ଲୁଟାଇ ଦେବା ଆମରି ବଂଶ ଚିହ୍ନ ବର୍ଣ୍ଣ।



Rate this content
Log in

Similar oriya poem from Inspirational