STORYMIRROR

Bharatabandhu Biswal

Romance

4  

Bharatabandhu Biswal

Romance

ବସନ୍ତ ଫେରିବା ପରେ

ବସନ୍ତ ଫେରିବା ପରେ

1 min
203


କେହି କେବେ ନ ଆସିବା ଆଗୁ

କେମିତି କରିବା ତାଙ୍କ ଫେରିଯିବା ଚିନ୍ତା ?


ଋତୁରାଜ ବସନ୍ତଙ୍କ କଥା ତ ନିଆରା , 

ତାଙ୍କ ଆଗମନୀ ପାଇଁ ପ୍ରତିପ୍ରାଣେ

 ଅସରନ୍ତି ଉତ୍କଣ୍ଠା ପ୍ରତୀକ୍ଷା ।


ବାସିଉଠେ ମହମହ ଚଉଦିଗ

ଚହଟଇ କେତକୀ ବଉଳ

ଗାଏ ପିକ ହଳଦୀ ବସନ୍ତ,

ବନ ଉପବନେ ଶୋଭେ ଜାତି ଜାତି ଫୁଲ        

ଭରିଯାଏ ଦେହମନେ ଇନ୍ଦ୍ରଧନୁ ରଙ୍ଗ ।


ସରୋବରେ ବିକଶେ କମଳ

ମଧୁ ଆହରଣେ ହୁଏ ଜୀବନ ବିଭୋର,

 ଚଇତାଳି ମଲ୍ଲୀ ବାସେ

ଚୋରି ଚୋରି ବହଇ ମଳୟ

ଅଜାଣତେ ଫେରିଯାଏ ଅକସ୍ମାତ 

ଦିଶେ ନାହିଁ ତା'ର ଚିହ୍ନ ବର୍ଣ୍ଣ ।


 ମଧୁର ସ୍ୱପ୍ନ ବସନ୍ତ

 ପ୍ରିୟତମ ଆପ୍ରବାସୀ ଆତ୍ମୀୟ ସ୍ୱଜନ ,

 ସମୟ ସୁବିଧା ଦେଖି ଆସିବ ଫେରିବ

 ରହିବନି ଘରେ ସବୁଦିନ ।


ବସନ୍ତ ଫେରିବା ପରେ

ଡହଡହ ବରଷିବ ନିଆଁ,

ଚଉପାଶେ ଦିଶୁଥିବ କଟମଟ

ଖାଲି ନାଲି ଆଖି,

ଶୟନ ବା ଜାଗରଣେ ଦହଗଞ୍ଜ ଉତ୍ତାପର ଜ୍ୱ।ଳା   

ହୃଦୟକୁ ଘାରିଦେବ ଭାରି ନୀଳ ତୃଷ୍ଣା ।


ଦିକି ଦିକି ଜଳେ ଶିଖା 

ନିରନ୍ତର ଜୀବନ ପ୍ରଦୀପ,

 ଏ ମରତେ ଅନିଶ୍ଚିତ ଆସିବା ଫେରିବା,

ଅନ୍ତହୀନ ବସନ୍ତ ପ୍ରତୀକ୍ଷା ।



Rate this content
Log in

Similar oriya poem from Romance