STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ବସନ୍ତ ବନ୍ଦନା

ବସନ୍ତ ବନ୍ଦନା

1 min
260

ଶୀତ ଋତୁ ଶେଷ ବସନ୍ତ ପ୍ରବେଶ

ଧରା ଦିଶେ ନୂଆ ନୂଆ

ସ୍ଵାଗତ ଗୀତ ରେ ସୁମଧୂର ସ୍ଵରେ

ପରଭୃତ ଗାଏ ଆ଼ହା

ରସା ହୁଏ ପୁଲକିତ

ପଳାଶ ଫୁଲରେ ଅଗ୍ନି ର ତରଙ୍ଗ

ଉର୍ବୀ ଦିଶେ ସୁ ଶୋଭିତ


ପତ୍ର, ପୁଷ୍ପେ,ବୃକ୍ଷ ନବ ବଧୂ ବେଶେ

ସଜେଇ ହୋଇଛି ସତେ

ଫୁଲ ସୁବାସ ରେ ମହକି ଯାଉଛି

ଗାଁ,ଗିରି,ବନ ଯେତେ

ଫୁଲେ ଫୁଲେ ମହୀ ସାଜେ

ମଳୟ ଲହରେ ଦକ୍ଷିଣ ଦିଗରୁ

(ମନ)ଆନନ୍ଦ ବିଭୋରେ ନାଚେ


ଗଛଡାଳେ ଡାଳେ ବସା ବନ୍ଧିଲେଣି

ବିହାୟସ ମନ ଚଞ୍ଚଳ

ଗୁଣୁଗୁଣୁ ତାନେ ମଧୂମକ୍ଷୀ ଯେତେ

ଫୁଲେ ଫୁଲେ କରି ବିହାର

ମଧୂ ଶୋଷଣେ ଆତୁର

ହଳଦୀ ବସନ୍ତ କୂମ୍ଭାଟୁଆ ହୁଟ

ମନକୁ କରଇ ଅଧୀର


ଆମ୍ର କାନନ ମହକି ଯାଉଛି

ବକୁଳର ସଉରଭେ

ଶୀତ ନାହିଁ ଖରା ଧରା ମଣ୍ଡି ନାହିଁ

ସୂରୁଯ ଉଦିତ ନଭେ

ମନ ପ୍ରାଣ ଚଳ ଚଞ୍ଚଳ

ପ୍ରେମି ଜନ ମନ ଉଚ୍ଛନ୍ନ ହେଲାଣି

ବସନ୍ତ ବୁଣିଲା ଅବିର


ବସନ୍ତ ସମୟ ବଡ଼ ରସମୟ

ରାଧା ସଙ୍ଗେ କଳାକାହ୍ନା

ରଙ୍ଗ ପିଚକାରୀ ଖେଳିବେ ଦୋଳରେ

ଆସୁଅଛି ଦୋଳ ପୂର୍ଣ୍ଣିମା

ବାସନ୍ତିକା ନିରାଜନା

ହେବ ଆରେ ମିତ,ଗାଇବା ସଙ୍ଗାତ

ଗାଇବା ବସନ୍ତ ବନ୍ଦନା,,

ଆସ ଗାଇବା ବସନ୍ତ ବନ୍ଦନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract