STORYMIRROR

Kabiratna Nutan Kumar Behera

Romance Action Inspirational

4  

Kabiratna Nutan Kumar Behera

Romance Action Inspirational

ବସନ୍ତ ବିରାଜ

ବସନ୍ତ ବିରାଜ

1 min
384

ସିନ୍ଦୁରା ଫଟାଇ ପୂରୁବରେ

ଉଇଁ ଆସେ ସୂରୁଜ,

ନୂଆ ସକାଳ ହସେ ଖୋଲା ହସ

ଆଙ୍କି ଦେଇ ଚିକ୍ ମିକିଆ

ହଳଦୀ ଫୁଲିଆ ସୁନେଲି ମୁରୁଜ।

ଫଗୁଣ କୁମାରୀ ହେଉଛି ସଜ

ତନୁଲତାରେ ବୋଳି ତାର

ପ୍ରସାଧନର ଫଗୁ ରଙ୍ଗ

ଖଞ୍ଜି ଅଙ୍ଗରେ ଅଳଙ୍କାର ନା ନା

ପ୍ରାଣକୁ ପୁଲକେ ପୁଲକାଇ

କରୁଛି ସରସେ ସତେଜ,

ଓଠରେ ନାଲି ଟହଟହ

ମଧୁବୋଳା ଭାବ

ହସ ଝଲସେ ସ୍ଥିର ବିଜୁଳି ପ୍ରାୟ

ଆଖିରେ ତାର ଆଖିଏ

ଅଙ୍କୁରି ଉଠେ ସପନର ସାଇତା ବୀଜ।

ଅଭିସାରିକାର ଚକିତ କଲା ପରି

ଅଭିନବ ବେଶ ପୋଷାକ

ଓଢଣୀ ଉଡାଏ ମୃଦୁ ମଳୟ

ରୂପର କଳ୍ପରେ ମନ ମଉଜ,

ପ୍ରକୃତି ଆକୃତି ରୁଚି ପ୍ରତି

ସରାଗରେ ଯତନ କରେ ଅତି

ଜଣାଇ ଦିଏ ଉତ୍ସୁକତାରେ

ଭୁବନେ ଭବନେ ବସନ୍ତ ବିରାଜ।

ଶୋଭା ଶିରୀର ସାଜସଜ୍ଜା

ବସନ୍ତକୁ ସ୍ଵାଗତ କରି

ହୋଇ ଆସିଛି ବୋଲି ସେ ଋତୁରାଜ,

ବଉଳେ ଆମ୍ଵ ଫୁଟେ କୃଷ୍ଣଚୂଡ଼ା

ବାସ ନ ଥାଇ ବି ପଳାଶ

କରେ ଦାଉ ଦାଉ

ଦୁଃଖର ଜୀବନକୁ କରି ସହଜ।

ଛନ୍ଦ ତାଳ ଲୟର ସମନ୍ଵୟ

କୋଇଲି ଗାଏ ଗୀତ

କୁ କୁ ମଧୁର ସ୍ବରେ

ଗହଳ ଡାଳ ପତରର ଭିତରେ

ସରମି ଯାଇ କରେ ଲାଜ,

ହଳଦୀବସନ୍ତ ବି ଉଲ୍ଲସି ଗାଏ 

ପ୍ରାଣର ମଧୁମୟ ସଂଗୀତ

ତା' ମୂର୍ଚ୍ଛନାରେ ଗୁଞ୍ଜରିତ ଧରା

ଜୀବନ ଧାରାରେ ବସନ୍ତ ବିରାଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance