STORYMIRROR

Biswajita Baral

Romance Classics Others

3  

Biswajita Baral

Romance Classics Others

ବସନ୍ତ ଆସିଛି

ବସନ୍ତ ଆସିଛି

1 min
234

 ବସନ୍ତ ଆସିଛି ବଉଳ ବାସୁଛି 

    କୋଇଲି ଗାଉଛି ଗୀତ 

 ନବ ପଲ୍ଲବିତ ଭରା ସବୁଜିମା 

    ନାହିଁ ଦାଉ ଗ୍ରୀଷ୍ମ ଶୀତ ।


 ପହିଲି ବସନ୍ତ  ଆଗମନ ହେଲା

     ପଲ୍ଳବିତ କୁଞ୍ଜବନ ,

ପତ୍ର ଗହଳରେ ଆମ୍ବ୍ରକୁଞ୍ଜେ ଶୁଭେ 

    କଳକଣ୍ଠ କୁହୁତାନ ।


ଫୁଲେଇ ବସନ୍ତ ଫୁଲେ ଫୁଲେ ଆସି 

    ମରତକୁ ଦେଲା ଛୁଇଁ

ବସନ୍ତ ମଳୟ ପାଗଳ କରାଏ

     ଦେହ ମନ ଶିହରଇ ।


 ଭରା ଯଉବନ ପ୍ରକୃତି ରାଣୀଟି

  ବସନ୍ତର ଆଗମନେ,

ହସେ ଖିଲିଖିଲି ନାଲି କୃଷ୍ଣଚୁଡ଼ା

  ଅଳି ମଧୁପ ଚୁମ୍ବନେ ।


 ଋତୁ ମଧ୍ୟେ ସାର ଅଟେ ଯେ ବସନ୍ତ

   ଆଣେ ଫୁଲର ସମ୍ଭାର

ଅପରୂପ ଶୋଭା ଅତି ମନଲୋଭା

    ନାହିଁ ତା'ର ପଟାନ୍ତର ।


Rate this content
Log in

Similar oriya poem from Romance