ବସନ୍ତ ଆସିଛି
ବସନ୍ତ ଆସିଛି
ବସନ୍ତ ଆସିଛି ଆମ ଏ ଧରାକୁ ଋତୁରାଜଟିଏ ହୋଇ ପୂର୍ଣମୀ ଜହ୍ନର ଶୁଭ୍ର ଜୋଚ୍ଛନାରେ ଫୁଲର ସମ୍ଭାର ନେଇ ।
ମନ୍ଦ ମନ୍ଦ ହୋଇ ମଳୟ ବୁହଇ ପରିବେଶ ଲାଗେ ନୁଆଁ ବସନ୍ତ ପାର୍ବଣେ ଖେଳିଯାଏ ମନେ ନୂତନ ଆଶାର ଛୁଆଁ ।
ହଳଦୀ ବସନ୍ତ ଗାଉଅଛି ଗୀତ କେଡେ ସୁମଧୁର ସୁରେ କୋଇଲି ରାବଇ ଆମ୍ବ ଗଛ ଡାଳେ ଶୁଭୁଥାଏ ବହୁଦୂରେ ।
କନକ ଚମ୍ପାର ବାସ ଛୁଟିଆସେ ସକାଳ ସଂଜରେ ନିତି ନବ ମଲ୍ଲୀକାର ମହମହ ଗନ୍ଧେ ଆମୋଦିତ ପ୍ରେମୀମତି ।
ମନ କୁଞ୍ଜବନେ ନୟନ ଦେଖୁଛି ମିଳନର କେତେ ସ୍ବପ୍ନ ହୃଦୟେ କନ୍ଦରେ ଖେଳି ତ ଯାଉଛି ଆବେଗଭରା କମ୍ପନ ।
ବଉଳ ପାଟର ମୁକୁଳ ବାସ୍ନାରେ ତୋଷ ହୋଇଯାଏ ମନ ଫଗୁର ରଙ୍ଗରେ ହୋଲି ରଙ୍ଗ ଖେଳି ହସେ ଏ ସାରା ଭୂବନ।
