STORYMIRROR

Lokanath Rath

Romance Fantasy Inspirational

4  

Lokanath Rath

Romance Fantasy Inspirational

ବସନ୍ତ ଆସିଛି ହସି ହସି

ବସନ୍ତ ଆସିଛି ହସି ହସି

2 mins
247


କି ସୁନ୍ଦର ଦିଶେ ସତେ ଏ ବନଲତା 

ଏ ନଦୀ ନାଳ ପରବତ ଗଛ ପତ୍ର ଫୁଲ ସତେଜତା 

ସକାଳର କଅଁଳିଆ ସୂର୍ଯ୍ୟ କିରଣ 

ଭଅଁର ର ମିଠା ମିଠା ଗୁଣ ଗୁଣ ଗାନ 

ଏ ମନ ସବୁ ଦେଖି କେତେ ଆନନ୍ଦ ହେଉଛି 

ଏବେ "ବସନ୍ତ ଆସିଛି ହସି ହସି ".


ପକୃତି ରାଣୀ ହେଉଛି କି ସଜ ବାଜ 

ଜୀବ ଜନ୍ତୁ ସବୁ ମିଳି କରନ୍ତି ତ ମଉଜ 

ଆକାଶ ରୁ ହଜିଛି ଏବେ ଦେଖ କଳା ବାଦଲ 

ଲାଗେ ବଡ଼ ସୁନ୍ଦର ସେ ଏବେ ଡଉଲ ଡାଉଲ 

ପାଟରାଣୀ ଧରା ତ ଯାଇଥିଲା ରୁଷି 

ତା ପାଶେ "ବସନ୍ତ ଆସିଛି ହସି ହସି ".


ଗ୍ରୀଷ୍ମ ର କୋପ ଦୃଷ୍ଟି ଦେଇଛି ଯାତନା 

ସେ ତ ବଡ଼ ନିର୍ଦୟ କିଛି ବି ବୁଝେନା 

ତ୍ରାହି ତ୍ରାହି କଲେ ସର୍ବେ ପାଇ ଅନେକ ବେଦନା 

ବଡ଼ ଅହଙ୍କାରୀ ସେ ଅନ୍ଧ ହୋଇ କିଛି ତ ଦେଖେନା 

ବିଧାତା ଯେ ରଚିଛି ଖେଳ,ତା ହାତେ ତ ରସି 

ଅପେକ୍ଷାର ପରେ "ବସନ୍ତ ଆସିଛି ହସି ହସି ".


ସବୁ ଦୁଃଖ ସବୁ କଷ୍ଟ ଯେବେ ଅତିଶୟ ହେଲା 

ଆକାଶ ବି ଦେଖି ରହି ନ ପାରିଲା 

ଦୁଃଖେ ତା ନୟନୁ ତ କେତେ ଲୋତକ ଝରିଲା 

ଟିପି ଟିପି ରୁଣୁ ଝୁଣୁ ବରଷା ର ସେ ରୂପ ନେଲା 

ଶାନ୍ତ କଲା ସଭିଙ୍କୁ ଆକାଶୁ ସେ ବରଷି 

ଏବେ ଦେଖ "ବସନ୍ତ ଆସିଛି ହସି ହସି ".


ସତେ କି ଏତେ ଲୁହ ଢ଼ାଳିଲା ଆକାଶ 

ସେ ବରଷା ର ଧାରେ ତାର ନାହିଁ କିଛି ଦୋଷ 

ପୃଥିବୀ ର ବକ୍ଷ ଭେଦି ଭରିଲା ତା ଶୋଷ 

ଭରିଲା ନଦୀ ନାଳ ଯେ ଥିଲେ ଶୁଷ୍କ 

ଅମାନିଆ ହୋଇ ପ୍ରଳୟ ରଚିଲା ସେ ଆସି 

ତେବେ ବି ଦେଖା "ବସନ୍ତ ଆସିଛି ହସି ହସି ".


ଏତିକିରେ ବିଧାତା ର ଖେଳ ହେଲା ନାହିଁ ଶେଷ 

ଚାହିଁଲା ଦେଖିବ ସେ ନୂଆ କିଛି ବେଶ 

ଶୀତ କୁ ସେ ବେଗେ ପୁଣି ପଠାଇ ଦେଲା 

ତା ଜାଡ ରେ ସଭିଙ୍କୁ ଆତଙ୍କିତ କଲା 

କିନ୍ତୁ ଦେଲା ନାହିଁ କଷଣ ସେ ନୁହେଁ ସର୍ବନାଶି 

 ତେବେ ଏବେ ଦେଖ "ବସନ୍ତ ଆସିଛି ହସି ହସି ".


ବିଧାତା ତ ଚତୁର ସବୁ ତାହାର ନାଟକ 

ଭେଜିଲା ସେ ଶରତ ହେମନ୍ତ ଏକ ପରେ ଏକ 

ସାଜିଲେ ସେ ସତେ ଅବା କାହାର ବାହକ 

କିଛି ଆଶା ପୁରିଲା ,ସବୁ ତ ଥିଲେ ହୋଇ ଚାତକ 

ଋତୁରାଜ ବସନ୍ତ ର ଦୂତ କହିଲେ ସେ ଆସି 

ତା ପରେ ଦେଖ "ବସନ୍ତ ଆସିଛି ହସି ହସି ".


ଋତୁରାଜ ବସନ୍ତ ର ଯେବେ ହେଲା ଆଗମନ 

ପାଟରାଣୀ ଧରିତ୍ରୀ ହେଲା ଛନ ଛନ 

ରୁଷି ରହି ବସିଥିଲା ତା କୋହ ଭରା ମନ 

ପକୃତି ରାଣୀ ସଜ ହୋଇ ଭାଙ୍ଗିଲା ତା ମୌନ 

ସ୍ୱାଗତ କରନ୍ତି ଏବେ ସଭିଏଁ ତ ମିଶି 

ତାଙ୍କ ଋତୁରାଜ " ବସନ୍ତ ଆସିଛି ହସି ହସି ".


ଆନନ୍ଦ ଉଲ୍ଲାସେ ସବୁ ନାଚି ନାଚି ଯିବେ 

କେତେ ରଙ୍ଗେ ଫଗୁ ଖେଳି ଖୁସି ବାଣ୍ଟିବେ 

ଗଛ ଲତା ସବୁ ସବୁଜ ରଙ୍ଗ ବସ୍ତ୍ର ପିନ୍ଧିବେ 

ଫୁଲ ସବୁ ଖିଲି ଖିଲି ହସି ଭଅଁର କୁ ମୋହିବେ 

ବିଧାତା କହୁଛି ଏବେ ଖୁସିର ସମୟ ଦେଉଛି 

ତୋଳି ନିଅ ତାକୁ ," ବସନ୍ତ ଆସିଛି ହସି ହସି ".



Rate this content
Log in

Similar oriya poem from Romance