STORYMIRROR

Lipsa Acharya

Abstract

3  

Lipsa Acharya

Abstract

ବସା ଫେରନ୍ତା ଆଶା ସବୁ

ବସା ଫେରନ୍ତା ଆଶା ସବୁ

1 min
251

ବସା ଫେରନ୍ତା ଆଶା ସବୁ

ବଏନାମା ରେ ଲେଖି ରଖନ୍ତି ତାକୁ

ଜୀବନର ଯଜ୍ଞରେ ଆହୁତିର ଆବଶ୍ଯକ ହେଲେ,

ସେଥିରୁ କିଚ୍ଥି ଆଶାର ଘୃତ ଆଣି ପକାନ୍ତି

ତା'ପରେ

ମୋ ବାସିତ ସ୍ବପ୍ନ ଗୁଡିକ ଅବାସିତ ହବ ନାହିଁ

ଆଉ, ଲକ୍ଷ୍ଯ ପଥରେ ବାହକ ସାଜିବ 

ଅବାସ୍ତବିକ ସ୍ବପ୍ନ ମୋର ବାସ୍ତବିକ ହବ

ହାରିବାର ପ୍ରଶ୍ନଟିଏ ସୃଷ୍ଟି ହବ ନାହିଁ

ମୁଁ ଅନ୍ଯର ଉଦାହରଣ ପାଲଟିବି 

କେହି ଜଣେ ମୋ ପରି ହେବାକୁ ଚାହିଁବ 

ପୁଣି ମୋ ସଫଳତା କାହା ଆଖିର ସ୍ବପ୍ନ ସାଜିବ

ଏସବୁ ସମ୍ଭବ ହବ

ମୋ ଆଶା ଟି ବସାକୁ ଫେରିଲେ

ମୁଁ ଜାଣେ

ସେ ସବୁ ଅସମ୍ଭବ

କାହିଁକି ନା ନିଜ ହାତରେ ,

ମନର ମନ୍ଦିରରେ ଲୁଚାଇ ରଖିଚି

ଆତ୍ମୀୟ ମାନଙ୍କ ପ୍ରତି ଥିବା କର୍ତ୍ତବ୍ଯ ଯୋଗୁଁ

ମୋ ଆଶା ସେ କର୍ତ୍ତବ୍ଯ ଠାରୁ ବଡ ନୁହେଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract