Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Abstract

3  

ଉମା ଶଙ୍କର ମାଝୀ

Abstract

ବରତ

ବରତ

1 min
157



 ଇଶ୍ୱର ମିଳନ୍ତି    ବିଶ୍ୱାସ ବଳରେ 

    ତରକେ ବହୁତ ଦୂର

ଧର୍ମ ଓ ବିଶ୍ୱାସ    ଆମ ଅସ୍ମିତାର  

   ହୃଦ ଭାବ ସଦା ସାର l 0 l

ସବୁ ମାସ ମଧ୍ୟେ କାର୍ତ୍ତିକ ମାସଟି  

   ଶ୍ରେଷ୍ଠ ବୋଲି ଜନେ କହି

ପଞ୍ଚକ ବରତ  ଏ ମାସ ରେ ପଡ଼େ

   ଭୁଲିବାର କେବେ ନାହିଁ l 1 l

 ଶୁକ୍ଳ ଏକାଦଶୀ ତିଥିରୁ ଆରମ୍ଭ 

   ପଞ୍ଚକ ବରତ ହୁଏ

କାର୍ତ୍ତିକ ପୂର୍ଣ୍ଣିମା ଶେଷରେ ବରତ

 ସମାପନ ହୋଇଯାଏ l 2 l 

କେ ଭୀଷ୍ମ ପଞ୍ଚକ କେ ବକ ପଞ୍ଚକ

   କେ ବିଷ୍ଣୁ ପଞ୍ଚକ କୁହେ

ଭକତ ଭାବରେ ପଞ୍ଚକ ର ନାମ

   ମହା ପଞ୍ଚକ ବି ହୁଏ l 3 l

ଶୁଦ୍ଧ ଓ ସାତ୍ତ୍ଵିକ ଖାଦ୍ୟ କୁ ଗ୍ରହଣ 

  କରିଥାନ୍ତି ସର୍ବଜନ

ଏହି ପଞ୍ଚକ କୁ କରିଲେ ପାଳନ

 ମିଳେ କାଳେ କୋଟି ପୁଣ୍ୟ l 4 l

ପିତାମହ ଭୀଷ୍ମ ଏହି ପଞ୍ଚକ ରେ 

  ଧର୍ମ ର ସ୍ୱରୂପ କଥା

ରାଜଧର୍ମ ଆଉ  ଦାନଧର୍ମ ପୁଣି

  ଭାଷି ମୋକ୍ଷ ଧର୍ମ ଗାଥା l 5 l

ଯେପରି ଭୋଜନ  ସେହିପରି ମନ

    ହୋଇଥାଏ ମନେରଖ

ମନକୁ ସାତ୍ତ୍ୱିକ  କରିବାଟା ମୁଖ୍ୟ

    ସେହି କଥା ସଦା ଶିଖ l 6 l

 ତୀର୍ଥ ମଧ୍ୟେ ଶ୍ରେଷ୍ଠ ବଦରିକାଶ୍ରମ

    ମାସ ରେ ଅଟେ କାର୍ତ୍ତିକ

ଭଗବାନ ମଧ୍ୟେ  ବିଷ୍ଣୁ ଶ୍ରେଷ୍ଠ କହି

    ବ୍ରତେ କି ଶ୍ରେଷ୍ଠ ପଞ୍ଚକ ? I

ପର ଉପକାର  ଶ୍ରେଷ୍ଠ ଧରମ ଟି

     ପରପୀଡ଼ା ବଡ଼ ପାପ

ଲୋଭ, ମୋହ,ହିଂସା ହୃଦମଧ୍ୟେ ଥିଲେ

  କି ଲାଭ ଇଶ୍ୱର ଜପ ? I 8 l

ପଞ୍ଚକ ସମୟେ ବକ ବି

ସାତ୍ତ୍ଵିକ ପରି କରେ ବ୍ୟବହାର 

ସେ ନିମନ୍ତେ ବୋଧେ ବକ ପଞ୍ଚକ ଟି

  ହୋଇଛି ନାମ ତାହାର l 9 l

ଧାର୍ମିକ ବିଶ୍ୱାସ ପଞ୍ଚକ ପରବ

  ଆସ ସମସ୍ତେ କରିବା

ଜୀବନ ରେ ନିଶ୍ଚେ ପର ଉପକାର 

 କରି ଭଲ ଲୋକ ହେବା l 10 l



Rate this content
Log in

Similar oriya poem from Abstract