ବର୍ଷଟିଏ
ବର୍ଷଟିଏ
କିଛି ସୁଖ, କିଛି ଦୁଃଖ
କିଛି ପ୍ରାପ୍ତି, କିଛି ଅବଶୋଷ
କିଛି ପ୍ରେମ, କିଛି ପ୍ରତାରଣା
ଫେଣ୍ଟା ଫେଣ୍ଟି ବର୍ଷଟିଏ,
ଜୀବନ ଯାତ୍ରାର ପାଦ ଚିହ୍ନଟିଏ ।
ଆନନ୍ଦରେ ଆସିଥାଏ
ଅଳତା ନାଇ
ନବବଧୂର ପାଦରେ ପାଦ ମିଳାଇ,
ବିଧବାର କପାଳରୁ ସୂର୍ଯ୍ୟାସ୍ତ ପରି
ବିଦାୟ ବେଦନା ।
ଫୁଟି ଆସୁଥିବା ଫୂଲର ସୁରଭି
ଆମୋଦିତ ଲଗ୍ନରେ
ବିସ୍ମୃତ ହୁଏ, ପତ୍ରଝଡା ଦେଉଥିବା
ପତ୍ରର ଇତିବୃତ୍ତି
ଅବଦାନ ଅବସାଦ ଅଥବା
ରଙ୍ଗଛଡା ସବୁଜିମା ।
କାକୁସ୍ଥ ମୂଦ୍ରାରେ
ଅତିକ୍ରମି ଯାଉଥିବା
ଅବସନ୍ନ ପଥିକଟିଏ
ହିସାବ କରେନି
ତା ମୁଣିର ମାନକୁ
ଇତିହାସ ତାକୁ
ପାଛୋଟି ନେଲେ ହେଲା ।।