ବର୍ଷାରେ
ବର୍ଷାରେ
ଲାଜରେ ଲାଜବର୍ଣ୍ଣା ଆଜି ଭିଜେ
ଆଶାଢ଼ୀ ବର୍ଷାରେ
ମେଘବର୍ଣ୍ଣା ଆକାଶ କଥାକହେ
ମୁଣ୍ଡ ରଖି ବଉଦ ଛାତିରେ
ରଙ୍ଗର ଇନ୍ଦ୍ରଧନୁ ସାଥେ ବର୍ଷାଋତୁ l
ଆସିଛି ଶ୍ରାବଣ ସାଥିରେ
ପର୍ଣ୍ଣ ହୃଦୟ ଚିରି ଆକାଶ ବୁକୁରେ
ମେଘ ଗଜରା ନାଇ କଳା ବାଦଲରେ
ବିବିଧତା ମଧ୍ୟେ ବର୍ଷା ବର୍ଣ୍ଣାଳି ବିଭାବରୀ
ଆକାଶୁ ଖସୁଛି ମେଘ ସଵାରୀରେ l
ମୁଁ ତୁ ସେ ସେମାନେ ପ୍ରକୃତି ସହ ସାଲିସ
ମଖମଲ୍ଲୀ ମେଘ ରାଇଜରେ
ଅଳ୍ପ ସ୍ୱଳ୍ପ ଭିତରେ କବି ମନ ଭରିଯାଏ
ବର୍ଷା କବିତା ଲେଖାରେ l
ଉଷ୍ମତା ଦୂରେଇ ବର୍ଷା ଆସିଛି କରପଲ୍ଲଭରେ
ନବପଲ୍ଲଵ ଉମ୍ହେଇ ଭିତରେ
ଶୀତ ଖରା ବର୍ଷା ତିନି ଋତୁ ଋତୁପରି ଲାଗେ
ବର୍ଷା ଆସି ଛମ ଛମ ନାଚିବା ସାଥିରେ
ଋତୁପର୍ଣ୍ଣା ହୁଏ ମନ ବୈଶାଖୀ ଯାଏ ଦୂରେଇ l
ବର୍ଷା ଆସିଯିବା ପରେ
ମୟୁର ମୟୂରୀ ପରି ରିମଝିମ ବର୍ଷାବାରି
ଚନ୍ଦନ କସ୍ତୁରୀ ଭିତରେ
ଓଁ ମନ୍ତ୍ର ତନ୍ତ୍ର ପୂଜା ଵିଧି ବିଧାନ ପ୍ରଶସ୍ତି କରନ୍ତି
ଆଲ୍ହାଦ୍ଦିନୀ ମନ୍ଦାକିନୀ ସ୍ରୋତ ଧାରେ ଏ ଧରାରେ l
