STORYMIRROR

Prasanjit Sahoo

Romance

2  

Prasanjit Sahoo

Romance

ବର୍ଷାରେ ପ୍ରେମିକା

ବର୍ଷାରେ ପ୍ରେମିକା

1 min
13.9K


     (1)

ସେଦିନ ବି ବର୍ଷା ଥିଲା 

ଥିଲା ଅନ୍ଧାରର ରାଜ 

ଶୁଭୁଥିଲା ମଣ୍ଡୁକ ଗର୍ଜନ ଆଉ 

ଘଡଘଡି ଆୱାଜ।

    (2)

ଚିକମିକ କରୁଥିଲା ବିଜୁଳି 

ରାତ୍ରିର ବହଳ କାଳିମା କୋଳରେ 

ସ୍ପର୍ଶ କରୁଥିଲ ତୁମେ ଜାଣିଜାଣି 

ସେହି ବିଜୁଳି ଭୟରେ ।

     (3)

ଶୁଭୁଥିଲା ଘଡଘଡି ଶବ୍ଦ 

ଗମ୍ଭୀର ଗର୍ଜନ କରି 

ହେଲେ ତୁମେ କମ୍ପୁଥିଲ ମୋ ଛାତିରେ 

ଉତ୍ତପ୍ତ କୋମଳ ଶରୀର ଧରି ।

     (4)

ଥିଲ ତୁମେ ଅଜଣା ଅଚିହ୍ନା କିନ୍ତୁ ....

ଏଇ ଫୁଲେଇ ଆଷାଢ ବରଷା 

ଯୋଡିଦେଲା ଦୁଇ ହୃଦୟକୁ 

ସୃଷ୍ଟି କଲା ପ୍ରେମର ଭରସା ।

ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର 

737763400


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance