STORYMIRROR

Sitansu Jena

Classics Fantasy Others

3  

Sitansu Jena

Classics Fantasy Others

ବରଷାରେ ଗଲି ଭିଜି

ବରଷାରେ ଗଲି ଭିଜି

1 min
218


ଆଖି ପିଛୁଳାକେ ଧୂମାଳ ଆସିଲା

ବରଷାରେ ଗଲି ଭିଜି

ମାଟିର ବାସନା ମହ ମହ ହୁଏ

ଅଜାଣତେ ଗଲି ଖୋଜି

କେଉଁ ଆମୋଦରେ ହେଲିମୁଁ ବିଭୋର

ଭିଜୁଥିଲି ଆଖି ବୁଜି

ଆଖି ପିଛୁଳାକେ ଧୂମାଳ ଆସିଲା

ବରଷାରେ ଗଲି ଭିଜି ।


ଖୋଜି ମୁଁ ବସିଲି ମୋ ଛିଟ ଛତାକୁ

ଭିଜିଲା ନୀଳ ଲଫାପା

ଗୋଲାପୀ ଗୋଲାପୀ ଓଠର କମ୍ପନ

ଦେଲା ମୋତେ ମୃଦୁ ଚାପା

ଛିଟା ପଡିଗଲା ଦେହରେ ମୋହର

ଆନମନା ଲାଗେ ଆଜି

ଆଖି ପିଛୁଳାକେ ଧୂମାଳ ଆସିଲା

ବରଷାରେ ଗଲି ଭିଜି ।


ସତେକି କାହାର ନୀଳ ଚୁନି ମୋର

ଦେହ ଦେଲା ଅବା ପୋଛି

କାହାର କୁନ୍ତଳ ମୋ ମୁହଁରେ ପଡି

କହେ କଥା ଲୁଚି ଲୁଚି

ବରଷାକି ମୋର କଥାକୁ ବୁଝିଲା

ପ୍ରେୟସୀ କୁ କରି ରାଜି

ଆଖି ପିଛୁଳାକେ ଧୂମାଳ ଆସିଲା

ବରଷାରେ ଗଲି ଭିଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics