ବରଷାରାଣୀ
ବରଷାରାଣୀ
ବରଷାରାଣୀ ଲୋ ବରଷାରାଣୀ
କଳା ମେଘକୁ ତୁ କରି ଓଢଣୀ
ଆ ତୁ ଲୋ ହୋଇ ଖୁସି
ଟପ୍ ଟପ୍ କରି ବରଷି ଯାଆ
ଏ ଧରା ଉଠୁ ହସି।
ଦରଜ ମନରେ ଡାକୁଛି ମୁହିଁ
ଶାବଣ ପୁଣିରେ ଆସିଲା ଧାଇଁ
କହୁଛି ମାଟି ମାଆ
ଲୁଚି ରହନା ଲୋ କଉଠି ଆଉ
ସଅଳ ତୁ ଚାଲି ଆ ।
ଜୀବଜଗତକୁ ରଖି ମନରେ
ଜଳ ନେଇ ଆ ନିଜ ସାଥିରେ
ମରୁଡ଼ି ଦୂରେଇ ନେ
ତୋତେ ଦେଖି ଚଷା ହୋଇବ ଖୁସି
ଏ କଥାକୁ ବୁଝି ନେ ।
ବରଷାରାଣୀ ଲୋ ବରଷାରାଣୀ
ମୋ ମନରେ ଥିବା କଥାକୁ ଜାଣି
ଯାଆ ଲୋ ବରଷି ଯା। ।
ଉଛୁଳି ପଡୁଲୋ ନଈ ପୋଖରୀ
ବରଷା ନେଇ ତୁ ଆ। ।
ଏ କି କରୁ ଆରେ ନର ସମାଜ
ନାହିଁ କିରେ ମୁନ୍ଡେ ତୋର ମଗଜ
ଗଛ କାଟୁଛୁ ବୋଲି
ଅଭିମାନ କରି ବରଷା ଆସୁନି
ତା ବିନା ପାରିବୁ ଚଳି ?
-ଗୁପ୍ତେଶ୍ଵର ନନ୍ଦ ଶଙ୍କରା, ବିନିକା, ସୁବର୍ଣ୍ଣପୁର
