Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy

3  

Bharatabandhu Biswal

Tragedy

ବର୍ଷାର ହଜିଲା ସ୍ମୃତି

ବର୍ଷାର ହଜିଲା ସ୍ମୃତି

1 min
228



ଲାଜକୁଳି ଭାରି ଝିଅଟି ତା ନାଁ

  ବର୍ଷା କୁମାରୀ ଜେନା

ସାଙ୍ଗ ମିଲି ସହ ଆଜି ବଡ଼ିଭୋରୁ

  ଗଲା ଚାଲିବାକୁ ସିନା ।


ସଂକୀର୍ଣ୍ଣ ରାସ୍ତାରେ ଆଗରୁ ପଛରୁ

  ଦୁଇଟି ବୋଝେଇ ଗାଡ଼ି

ଧକ୍କା ବାଜି କାଚ ଗଲା ଭାଙ୍ଗି ରୁଜି

  କଡ଼କୁ ଗଲା ଯେ ମାଡ଼ି ।


ଚିପ୍ସ ପଥର ବୋଝେଇ ଗାଡ଼ିଟା

  ବର୍ଷାକୁ ନେଲା ଘୋଷାଡି

ଛିଟିକି ପଡ଼ିଲା ଆଗରେ ମିଲିଟି

  ଚେତା ଗଲା ତା'ର ଉଡ଼ି ।


ହାତରୁ ମିଳିଲା ମିଲି ମୋବାଇଲ

  ଘରକୁ ଆସିଲା ଫୋନ

 ଦଉଡ଼ିଲେ ସବୁ ଘଟଣାସ୍ଥଳକୁ

  ଯେତେ ପ୍ରିୟ ପରିଜନ ।


ଗାଡ଼ି ଚକ ତଳେ ପଡିରହିଥିଲା

  ବର୍ଷାରାଣୀ ଅଲିଅଳି

 ବାପ ଶିବଜେନା ବୁଡିଗଲା ଚେତା 

 ପଡ଼ିଲା କାନ୍ଦ ବୋବାଳି ।


ଭାବୁଥିଲା ମାଆ ଝିଅ ତା ସକାଳୁ

  ଯାଇଅଛି ଫୁଲ ତୋଳି

ଆସିକି ଏଇନେ କହିବ ମାଆଲୋ 

  ଖାଇବାକୁ ଦେ ବୋଲି ।


ବଡ଼ ଝିଅ ବୋଲି ବଢ଼ିଛି ଗେହ୍ଲାରେ 

  ପଢୁଛି କଲେଜେ ପାଠ 

ବୟସ କୋଡ଼ିଏ ହୋଇନି ତାହାକୁ 

  ଅଛି କେତେ ତାର ସ୍ୱପ୍ନ ।


ଅକାଳେ ଅବେଳେ ଆସିଲା କୁଆଡୁ

   ଦୁର୍ଘଟଣା ଅପମୃତ୍ୟୁ

ଆସିବନି ଫେରି ନିରୀହା ବର୍ଷା

   ହସିଖେଳି ବଞ୍ଚିବାକୁ ।


ବଢିତ ଯାଉଛି ପୁରୁଣା ଗୁଳାରେ

   ଗାଡିମଟରର ସଂଖ୍ୟା

ପାଦରେ ଚାଲିବା ବିପଦ ସଙ୍କୁଳ

   ଜୀବନ ହାନୀ ସମସ୍ୟା ।


ନିରାପଦ ହେଉ ଗମନାଗମନ

   ରାସ୍ତାଘାଟ ସୁପ୍ରଶସ୍ତ

ନଯାଉ ଜୀବନ ଅକାଳରେ ଝରି

  ଦୁର୍ଘଟଣା ବଡ଼ ଦୁଃଖ ।

    -----------


Rate this content
Log in

Similar oriya poem from Tragedy