Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Fantasy Others

4  

Sunanda Mohanty

Abstract Fantasy Others

ବର୍ଷାର ଅପୂର୍ବ ଅନୁଭବ

ବର୍ଷାର ଅପୂର୍ବ ଅନୁଭବ

1 min
248



ଟପ ଟପ ମଧୁ ଝରା ଏଇ ବର୍ଷା

ମନରେ ପିପାସା କାମନା ଅନେକ

ପଥିକ ମେଣ୍ଟାଏ ତୃଷା

ଅମୃତ ଝରା ଏ ବର୍ଷା

ଦୂର ହୁଏ ରାଗ ରୋଷ ଦ୍ୱେଷ ଇର୍ଷା

ରିମ ଝିମ ସ୍ଵରେ ଗାଏ ମଲ୍ହାର ବରଷା

ବିଜୁଳି ବତୀ ତେଜି ଦେଖାଏ ବାଟ

କେତେ ସବୁଜିମା ବିପଣୀ ନାଟର ହାଟ

ସବୁଜ ପତରେ ପତରେ ଆଖି ଝଲସା

ପକ୍ଷୀ ତା ନିଡ଼ରୁ

ସାଧବବୋହୁ ତା ଗଡ଼ରୁ

ଘଡ଼ଘଡି ବାଜା ଶୁଣି ସହସା

ମୟୂର ମୟୂରୀ ନୃତ୍ୟ ତାଳେ ତାଳେ

ମୃଦୁ ମନ୍ଦାକିନୀ ନୀରବ ଭାଷା ଶବ୍ଦ ଚଉତିଶା

ଗଗନ ପବନ ଜଳ ଓ ଜୀବନ

ନାଆ ଓ ନାଉରୀ କରେ ନିବେଦନ

ବରଷା ଆଉ ତୁ କରନା ଲୋକହସା

ମହକିତ ମନ ଆକାଶେ କଳାବାଦଲ ଛାଇ

ଭରା ଜଳେ ଭାରି ଦେହ ବହି ନଈ

କେବେ ତୃଷା ଆଉ ତୃଷ୍ନା ମିଶି ଆଶ୍ଳେଷା ।।


Rate this content
Log in

Similar oriya poem from Abstract