STORYMIRROR

Prasanjit Sahoo

Inspirational

2  

Prasanjit Sahoo

Inspirational

ବର୍ଷାକୁ ଗୁହା୍ରି

ବର୍ଷାକୁ ଗୁହା୍ରି

1 min
13.2K


 

    (1)

ହେ ବର୍ଷା ! !

କେତେବେଳେ ଆସ

ରାଣୀ ପରି ତୁମେ 

କେବେ କର ପୁଣି ଈର୍ଷା।

      (2)

ଆଜି ହୁଅ ତୁମେ ଅମାନିଆ କାହିଁ 

ଧରା ଶ୍ରାବଣର ବୁକେ 

ନାଗାବଳି ଆଉ କଲ୍ୟାଣୀ ନଦୀରେ 

ତୁମ ଜଳରାଶି ଫୁଲେ ।

     (3)

ଏଥିପାଇଁ ଆଜି ହାହାକାରେ କାନ୍ଦେ 

ରାୟଗଡା ମାଟି ଦୁଃଖେ 

କଲ୍ୟାଣସିଂହପୁରର ଲୁହ ଦିଶୁନାହିଁ 

ମିଶୁଛି ବନ୍ୟାର ସ୍ରୋତେ। 

      (4)

ଏତିକି ବିନତି କରେ ବର୍ଷାରାଣୀ 

ଫୁଲ ପରି ବର୍ଷିଯାଅ ।

ଧରଣୀ ବୁକୁରେ ଅଭିନୟ ସାରି

ଋତୁଚକ୍ରେ ଫେରିଯାଅ।

ପ୍ରସନ୍ନଜିତ ସାହୁ, ନାଉଗାଁ,ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational