STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ବରଷାଭିଜା ଦାରିଙ୍ଗିବାଡି

ବରଷାଭିଜା ଦାରିଙ୍ଗିବାଡି

1 min
472

ବରଷା ଭିଜା ଦାରିଙ୍ଗିବାଡି

ବରଷାର ଭିଜା ଦାରିଙ୍ଗିବାଡି

ସ୍ବାଗତ କରୁଛି ପର୍ଯ୍ୟଟକଙ୍କୁ

ପ୍ରାକୃତିକ ଶୋଭାରାଜିରେ ସେ ତ

ଆକର୍ଷିତ କରେ ନିଜ ଆଡ଼କୁ

ସବୁଜ ରଙ୍ଗର ତରୁଛାୟାରେ

କୃଷ୍ଣବର୍ଣ୍ଣ ମେଘମାଳା ମୁକୁଟ

ତା'ବକ୍ଷରେ ଶୋଭେ ଧୂମୀୟ ବାଷ୍ପ

ବହନ କରେ ସେ ସ୍ବର୍ଗୀୟ ଥାଟ୍ଟ

ଗିରି ବନଲତା ପାହାଡ଼ ଆଦି

ଶୋଭା ମନୋହରା ସବୁଜଘେରା

ତା'ମଧ୍ୟରେ ଝରେ ଝରଣାଟିଏ

ଝରଝର ନାଦେ ପ୍ରକମ୍ପି ପରା

ପର୍ବତଶିଖୁ ଲମ୍ଫଦିଏ ଝର

ତଟଦେଶେ ସରୋବରର ଭ୍ରମ

ଦଳଦଳ ପର୍ଯ୍ୟଟକଙ୍କ ଖୁସିରେ

ବରଷା ରୋଧଇ ଜଳଦ ବ୍ୟୋମ

ଜଳକୁ ଦେଖି ପର୍ଯ୍ୟଟକ ଖୁସି

ରନ୍ଧାବଢା କରି ବଣବିହାର

ତା'ସହ ଆଲୋକମାଳେ ଉଦ୍ୟାନ

ବୁଲନ୍ତି ଉଠାଇ ଫଟୋ ସମ୍ଭାର             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract