ବର୍ଷା।
ବର୍ଷା।


ନିଦାଘ ଯାଇଛି ସରି ଦେଇ କେତେ ତୃଷ୍ଣାର ତାଡନା,
ମୃଗତୃଷ୍ଣା, ଉତପ୍ତ ସୈକତ ଧୂ ଧୂ ଖରାର ଯନ୍ତ୍ରଣା।।
ଯାଉ ଯାଉ ବିଦାୟ ଲଗ୍ନରେ ଦେଇଛି ସେ ଦାମୀ ଭେଟି,
"ବର୍ଷା" ବାରିଧାରା ଜଳଦ ମେଳାରୁ ଶୀକର ସାଉଁଟି।।
ଖୁସିରେ ଖେଳେ ବିିିଜୁଳି, ଘଡ଼ଘଡି ଫୁଟାଉଛି ବାଣ,
ଧାଁ ଧପଡ଼ ବାୟୁ କରେ ଚାତକ ଚାତକେ ଛନ୍ନଛନ୍ନ।।
କଣ୍ଠ ଟେକି ନୀଳକଣ୍ଠ କରେ ଆମ୍ଭୋଧରଙ୍କୁ ସ୍ଵାଗତ
କେକା ରବ କରି ଧାଏଁଁ, ପୂଛକୁ ମେଲି ରଟିଣ ନୃତ୍ୟ।।
କେଞ୍ଚୁଆ ନାଚେ ଢ଼ଳି ଢ଼ଳି ସାଧବବୋହୁ ଅର୍ଘ୍ୟ ଥାଳି
ମଣ୍ଡୁକ ଦେଇ ହୁଳହୁଳି ମେଘେ ଆଣିିବେ ଶଙ୍ଖୋଳି।।
କରି ଧରା ପଦଧୌତ ହେଲା ଚତୁର୍ମାସ୍ୟା ଉପନୀତ
ଜୀବମଣ୍ଡଡଳେ ସକଳେ ସହର୍ଷେ ହେଲେ ଆନନ୍ଦିିିତ।।