Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ବର୍ଷା

ବର୍ଷା

1 min
198



ଶ୍ରାବଣୀ କନ୍ୟାର ଆଖି ଦୁଇଧାର

ଧରାରେ ଶ୍ରାବଣ ସାଜି

ଜହ୍ନର ପ୍ରେମିକା ତାରା ସହଚରୀ

କାହିଁକି ଯାଇଛି ହଜି

ଧରାରେ ଯଦି ଧାରା ଶିରାବଣ

ବର୍ଷା ଟୋପାରେ ନହେବ ରାଜି

ସବୁ ଲୋକ ମାନେ ନିରୁଦ୍ଦିଷ୍ଟ ହେବେ

ଯିବାକୁ ଜହ୍ନରେ ଖୋଜି

ଏଲିଆନ ସଙ୍ଗେ ବନ୍ଧୁତା ବାନ୍ଧିବ

ମଙ୍ଗଳ କୁ ଯିବେ ହେଜି

ଶ୍ରାବଣୀ କନ୍ୟାଗୋ ଢାଳ ନାହିଁ ଲୁହ

ଧରଣୀ ମାଆ ଯାଏ ଭିଜି

ଆକାଶ ହେଉ କି ପାତାଳ ହେଉ

ଧରା ଚାହେଁ ଯିବା ହଜି

ଭିଜି ଭିଜାଇବ ବରଷା, ମେଘ ଓ ବଉଦ

କାଉଡ଼ିଆ ଯିବେ ଜଳ ପାଇଁ ମଜି

ଓଁ ଉଚ୍ଚାରଣ କସ୍ତୁରୀ ଆବରଣ ଭିତରେ

ଶ୍ରାବଣୀ କନ୍ୟା କୁ ଦେବୁ ମାଜିମୁଜି

କାନ୍ଦିବନି ସିଏ ଅଝଟ ପଣରେ

ଅଗରୁ ଚନ୍ଦନ ଦେବୁ ଖୋଜି।

ସବୁ ଋତୁ ରଙ୍ଗ ଅଲଗା ଅଲଗା ଭିତରେ

କବି ତୋଳୁଥାଏ ଶବ୍ଦରାଗ ରାଜି

ପାର୍ବଣ ପରା ପାଖେଇ ଆସୁଛି ଧରାରେ ମା ଦୁର୍ଗା

ନିଶ୍ଚୟ ସୁଖେ ଦୁଃଖେ ଯିବେ ହଜି ।



Rate this content
Log in

Similar oriya poem from Action