STORYMIRROR

Aishwarya Mishra

Tragedy Inspirational

4  

Aishwarya Mishra

Tragedy Inspirational

ବର୍ଷା

ବର୍ଷା

1 min
391


ଆଜି ବି ଆସିଛି ବର୍ଷା

କିନ୍ତୁ କାହିଁ ନାହିଁ ତ 

ସେ ପୂର୍ବ ମାଦକତା

ନିରବ ନୂପୁର ମୋର

ପୁଣି ନିର୍ଜୀବ ପାଲଟିଛି

ମୋ ପାଦ ଦୁଇଟା , 


ଦିନ ଥିଲା,

ମୟୂରୀ ସାଜି ନାଚି ଉଠୁଥିଲି ମୁଁ 

ବର୍ଷାରେ ଭିଜି ଭିଜି

ସଜ ଫୁଲ ପରି ଫୁଟି ଉଠୁଥିଲି ମୁଁ 

କିନ୍ତୁ ;

ଆଜି ନିରୁଦ୍ଦିଷ୍ଟ 

ସେ ବାଲ୍ୟ ଚପଳତା,

କି ଲାଭ ଆଉ ଆସିଲେ ବର୍ଷା


ଏ ମନ ମୋର 

ହୁଏନା ଚଞ୍ଚଳ

ଦେଖିଲେ ମେଘର କୃଷ୍ଣାଙ୍ଗ ଛିଟା 

ଆଉ ମୁଁ ଭାବେନା

ବରଷାର ସୁରେ

ଲେଖିବି ଦି ଧାଡ଼ି ପ୍ରେମ କବିତା


ଏବେ ବି ଝରିଲେ

ବରଷାର ଧାରା

ମନ ଖୋଜେ ମୋର ସେ ପିଲାଦିନ

ସାଙ୍ଗସାଥୀ ମଜା 

କାଗଜର ଡଙ୍ଗା 

ସ୍ମୃତିସିକ୍ତା ସ୍ଵପ୍ନମୟ ଦର୍ପଣ 


ବର୍ଷା ହସେ ଆଜି ଦୂର ଆକାଶରେ

ଚକୋରୀ ସାଜି ମୁଁ 

ରହିଛି ଚାହିଁ 

କେବେ ତ ଆସିବ ପୁଣି ଭିଜାଇବ

କାନ୍ଦିବି ତା' କୋଳେ

ମୁହଁ ଲୁଚାଇ 


ପୁଣି ମୁଁ ପିନ୍ଧିବି 

ବାଜେଣୀ ନୂପୁର

ବର୍ଷା ସାଥେ ପୁଣି ନାଚିବି ମୁହିଁ 

ମୁଁ ବି ହସିବି

ବର୍ଷା ବି ହସିବ

ସଙ୍ଗୀତର ସୁରେ ହସିବ ମହୀ


ମାନିବିନି ଆଉ କିଛି ବି ବନ୍ଧନ

ବର୍ଷା ସହ ମିଶି ଗାଇବି ଗୀତ

ଅଦେଖା ଡ଼ୋରୀରେ

ବାନ୍ଧି ମୋ ସମ୍ପର୍କ

ବର୍ଷାରେ ବୁଣିବି ପ୍ରୀତି ବସନ୍ତ ,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy