STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ବର୍ଷା

ବର୍ଷା

1 min
166


ବର୍ଷା ତତେ ଦେଖି ଲାଗେ

ଟିକେ ଟିକେ ଇର୍ଷା

ତୁ ଇନ୍ଦ୍ର କନ୍ୟା ଇଦ୍ରଧନୁ ସଂହିତା

 ରଙ୍ଗୋଲି ରଙ୍ଗର ବର୍ଷା ll


ମେଘ ସଵାରୀରେ ଶ୍ରାବଣରେ

ଧରାକୁ ଆସିବା ନିଶା

କିଆ କେତକୀ ସେବତୀଙ୍କ

ଆଞ୍ଜୁଳେ  ଅଞ୍ଜଳି ନିଶା

ଛାଡ଼ି ଆକାଶ ଉଆସ ରାଜଜେମାଙ୍କ ll


 ପରସ ପିୟୁଷ ବର୍ଷା

ମେଘ ପାଲିଙ୍କିରେ ଛତା ଟାଣି ଛାତ

 ବାଦଲ ଆଖି ଭାଷା

ବୁଝୁ କି ନବୁଝୁ ମେଘ ସଵାରୀରେ

ସବୁଜ ଓଢଣୀରୁ ମୁରୁକି ହସା ll


ନାଲି ଗୁଲୁ ଗୁଲୁ ସାଧବ ବୋହୁ ଟା

ମାରୁଅଛି ଆଡ଼ରୁଷା

କୃଷକ ଆନନ୍ଦେ ଭାଗବତ ପଦ ପାଦେ

ବୋଲଇ ବି ଚଉତିଶା ll


ବୁଢ଼ୀମାଆ ଭରି ପୂର୍ଣ୍ଣକୁମ୍ଭ ମାଗୁଛି

ଆଶିଷ ଆୟୁଷ ହରି ଭରସା

ଦେଖି ଆକାଶରେ ରୋଷଣୀ ତୋହର

ଚାଷୀର ଆଖି ଝଲସା ll


ସଵାରୀ ପାଲିଙ୍କି ପାଟୁଆର ସାଥେ

ତୁଷାର୍ତ୍ତ ପଥିକ ତୃଷା

ପଶୁ ପକ୍ଷୀ ନର ନାରୀ ଆବାଳ ବନିତା

ଗାଏ ଯଜ୍ଞ ଜାଗୃତି ଜାଗତିକ ଭାଷା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract