ବର୍ଷା
ବର୍ଷା
ବର୍ଷା ଆଜି ଏତେ
ଭଲ ଲାଗେ ମତେ
ମନେ ପଡେ ସେ ହଜିଲା ଦିନ
କାଗଜର ନାଆ
ଯାଆ ଭାସି ଯାଆ
ଆଜି ବି କିମିଆ କରୁଛି ମନେ
ଟୋପି ଟୋପି ପାଣି
ବିଜୁଳି ଘଡଘଡି ପୁଣି
ସ୍ମୃତି ସିଲଟର ଅଭୁଲା ସ୍ବପ୍ନ
ସାଧବ ବୋହୁର ପାଟ
ଚାଲିରେ ଅଳସୀ ଛାଟ
ସୁନ୍ଦରୀ ସିନ୍ଦୁରେ ସିନ୍ଦୁରା ଲଗ୍ନ
ଚାଷୀର ପଖାଳ କଂସା
ସରି ହେବ କେଉଁ ଆଶା
ହଳ ଲଙ୍ଗଳ ଧରିବାରେ ସେ ମଗ୍ନ
ପକ୍ଷୀ ଡେଣା ଝାଡ଼ି
ନୀଳ ଆକାଶେ ଉଡି
ବିଭୋର ବିଭୋରେ ବିଭାବରୀ ଜୀବନ
ବଉଦ ଡରାଏ କାହାକୁ
ଲେଖାଏ କବିତା କବିକୁ
କାଳଜୟୀ ରହିବ କି ସବୁଦିନ
ମାଟିରୁ ଉଠେ ବାସ୍ନା
ଫୁଲର ମହକ ସାମ୍ନା
ମୁଣ୍ଡ ପୋତି ଲାଜେ ହୁଏ ପ୍ରସନ୍ନ
ଆଷାଢେ ରଥରେ ପଥ
ନବଦିନ ହୁଏ ସମାପ୍ତ
ଆରବରଷକୁ ପୁଣି ଆଡ଼ପ ଦର୍ଶନ
ଫଳ ଫୁଲ ଭରାଭରା
ଧରଣୀରାଣୀ ପା ତୋରା
ନିଦର୍ଶନ ଭିତରେ ଚକ୍ର ବୁଲେ ଘନଘନ
ସବୁ ମାୟାରେ ବାୟା
କାରିଗର ବିସ୍ତାରି କାୟା
ଭକତର କଳାଧନ ସୃଷ୍ଟିର କଥା ଗହନ
ଟୁପୁ ଟୁପୁ ଟୁପୁରୁ ପାଣି
ଜୀବନଟା ବହେ ଉଜାଣି
ବଖାଣିବାକୁ ଲୀଳା ଅସମର୍ଥ ଅସମ୍ପୂର୍ଣ୍ଣ
ବରଷା ଆସି ଦିଏ ପରସି
ଶସ୍ୟ ଶ୍ୟାମଳା ମାଟି ହସି
କହେ ମଣିଷପଣିଆ ରଖିଲେ ଜୀବନଧନ୍ୟ ।
